କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୧୯ ଜଣ, ସରକାରୀ କ୍ୱାରେଣ୍ଟାଇନ୍‌ରୁ ୬, ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୧୮ ଓ ଲୋକାଲ୍‌ କେସ୍‌ ୧୦ ଜଣ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 72 new COVID-19 +ve cases reported today in #Cuttack district, 53 +ve […]

cuttack

Manoranjan Sial
  • Published: Monday, 10 August 2020
  • , Updated: 10 August 2020, 06:05 PM IST

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୧୯ ଜଣ, ସରକାରୀ କ୍ୱାରେଣ୍ଟାଇନ୍‌ରୁ ୬, ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୧୮ ଓ ଲୋକାଲ୍‌ କେସ୍‌ ୧୦ ଜଣ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1292782131794436096?s=20

ଆଜି କଟକ ଜିଲ୍ଲାରୁ ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଟକ ଟାଉନ୍‌ରୁ ୫୩ ଜଣ ଅଛନ୍ତି। ଆଜି ଫ୍ରେଣ୍ଡ କଲୋନୀରୁ ଜଣେ, ରାଜା ବଗିଚାରୁ ଜଣେ କୋଭିଡ୍‌ ଯୋଦ୍ଧା, ବାମ୍ଫି ସାହିରୁ ଜଣେ, କନିକା ଛକରୁ ଜଣେ, ଦରଘାବଜାରରୁ ଜଣେ, ମହତାବ ନଗରରୁ ଜଣେ କୋଭିଡ୍‌ ଯୋଦ୍ଧା, ମଧୁପାଟଣା ଜଣେ, ସିଡିଏ ସେକ୍ଟର-୧୦ରୁ ଜଣେ, ସିଡିଏ ସେକ୍ଟର-୭ରୁ ଜଣେ କୋଭିଡ୍‌ ଯୋଦ୍ଧା, ସାହେବଯାଦା ବଜାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା କଟକ ଟାଉନ୍‌ରୁ ୧୭୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୧୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୯୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story