ବାଥ୍‌ରୁମ୍‌ରେ ଝୁଲୁଛି ୫ମ ଶ୍ରେଣୀ ଛାତ୍ରର ମୃତଦେହ

ଜୟପୁର(ଟି.ଗୌରୀଶଙ୍କର): ଶୌଚାଳୟରେ ଝୁଲି ପଡ଼ିଲେ ଛାତ୍ର! ଏପରି ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ନିକଟରେ ଥିବା ସରକାରୀ ଶିଶୁ ସଦନରେ ଘଟିଛି। ହେଲେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହିଁ। ଗଙ୍ଗାଧର ପରଜାଙ୍କ ସମ୍ପର୍କୀୟ ଭାଇ ଶିଶୁ ସଦନରେ ରହି ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳେ ସେ ନିତ୍ୟ କର୍ମ ପାଇଁ ବାଥ୍‌ରୁମକୁ ଯାଇଥିଲେ। ହେଲେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥ୍‌ରୁମ୍‌ରୁ […]

5th-class-student-suicide-in-bathroom

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 07:50 PM IST

ଜୟପୁର(ଟି.ଗୌରୀଶଙ୍କର): ଶୌଚାଳୟରେ ଝୁଲି ପଡ଼ିଲେ ଛାତ୍ର! ଏପରି ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ନିକଟରେ ଥିବା ସରକାରୀ ଶିଶୁ ସଦନରେ ଘଟିଛି। ହେଲେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହିଁ।

ଗଙ୍ଗାଧର ପରଜାଙ୍କ ସମ୍ପର୍କୀୟ ଭାଇ ଶିଶୁ ସଦନରେ ରହି ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳେ ସେ ନିତ୍ୟ କର୍ମ ପାଇଁ ବାଥ୍‌ରୁମକୁ ଯାଇଥିଲେ। ହେଲେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥ୍‌ରୁମ୍‌ରୁ ବାହାରିନଥିଲେ। ବିଳମ୍ବ ହେବାରୁ କବାଟ ଖୋଲି ଦେଖିବା ବେଳକୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ବୋଲି ଶିଶୁ ସଦନ କର୍ମଚାରୀ କହିଛନ୍ତି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡାଃ. ଗାୟତ୍ରୀ ଦେବୀ, ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେପଟେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

୨୦୧୯ ସେପ୍ଟମ୍ବର ୧୮ ତାରିଖରେ ଏହି ଶୁଶୁ ସଦନରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିଲା। ହେଲେ ଏଯାଏ କାରଣ ଜଣାପଡ଼ି ନାହିଁ।

Related story