୨.୨୦ ଲକ୍ଷ ଟଙ୍କା ସହ ଧରାପଡ଼ିଥିବା ପିଡିଙ୍କ ଠାରୁ ବାହାରିଲା ଆଉ ୪.୫୦ ଲକ୍ଷ; ଏକାଧିକ କୋଠା ଓ ପ୍ଳଟ୍‌ର ବି ମାଲିକ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ୨ ଲକ୍ଷ ୨୦ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଲକ୍ଷ୍ମୀଧର ଜେନାଙ୍କ ଠାରୁ ଜବତ ହୋଇଛି ଆହୁରି ୪ ଲକ୍ଷରୁ ଅଧିକ ନଗଦ ଟଙ୍କା। ତାଙ୍କ ଠାରୁ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ଣ ପ୍ରାୟ ୨ଟା ୨୦ ମିନିଟ୍‌ରେ […]

Accused

Accused

Jitendra Garnayak
  • Published: Monday, 09 May 2022
  • Updated: 09 May 2022, 09:14 PM IST

Sports

Latest News

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ୨ ଲକ୍ଷ ୨୦ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଲକ୍ଷ୍ମୀଧର ଜେନାଙ୍କ ଠାରୁ ଜବତ ହୋଇଛି ଆହୁରି ୪ ଲକ୍ଷରୁ ଅଧିକ ନଗଦ ଟଙ୍କା। ତାଙ୍କ ଠାରୁ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅପରାହ୍ଣ ପ୍ରାୟ ୨ଟା ୨୦ ମିନିଟ୍‌ରେ ଭିଜିଲାନ୍ସ ଟିମ୍ ଶ୍ରୀ ଜେନାଙ୍କୁ ନବରଙ୍ଗପୁର ସହରର ମାଝିଗୁଡ଼ା ସ୍ଥିତ ଏକ ବାଇକ୍ ଶୋ’ରୁମ୍ ନିକଟରେ ଅଟକାଇ ଥିଲା। ସେତେବେଳେ ସେ ଅଫିସ୍‌ ଗାଡ଼ିରେ ଅଫିସ୍‌ରୁ ଘରକୁ ଫେରୁଥିଲେ। ଗାଡ଼ି ଯାଞ୍ଚ ବେଳେ ନଗଦ ୨ଲକ୍ଷ ୨୦ ହଜାର ଟଙ୍କା ବାହାରିଥିଲା। ଏହି ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ। କିନ୍ତୁ ଶ୍ରୀ ଜେନା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ଏହା ପରେ ଭିଜିଲାନ୍ସ ପକ୍ଷରୁ ନବରଙ୍ଗପୁର ସ୍ଥିତ ତାଙ୍କ ଭଡ଼ା ଘର ସହିତ ଭୁବନେଶ୍ୱର ତମାଣ୍ଡୋର ବିଜିପୁରରେ ଥିବା ତାଙ୍କର ଏକ ତିନି ମହଲା କୋଠା ଓ ପୁରୀରେ ଥିବା ଦୁଇଟି କୋଠାରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଭୁବନେଶ୍ୱରର ସ୍ଥିତ ତିନି ମହଲା ବାସଭବନରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ନବରଙ୍ଗପୁର ସ୍ଥିତ ଭଡ଼ାଘରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଚଢ଼ାଉ ଜାରି ରହିଥିବା ବେଳେ ଭୁବନେଶ୍ୱର ଓ ପୁରୀରେ ତିନିଟି କୋଠା ସହିତ ତାଙ୍କର ୯ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଏହି ପ୍ଳଟ୍ ଗୁଡ଼ିକ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ପ୍ରମୁଖ ସ୍ଥାନ ଗୁଡ଼ିକରେ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ସହିତ ତାଙ୍କ ଅନ୍ୟାନ୍ୟ ବ୍ୟାଙ୍କ ଜମା ଓ ବୀମା ରାଶି ସଂପର୍କରେ ଯାଞ୍ଚ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story