ଫିଟୁଛି ମାନବବାଦର ଗୁମର,୮ ବର୍ଷ ହେଲା ଗାଁ ଛାଡିଛନ୍ତି ୬ଟି ପରିବାର

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ମାନବବାଦ ସଙ୍ଗଠନ ନାଁରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର।  ସଙ୍ଗଠନର ମୁଖ୍ୟ ମାନସ ଦାସ ହୋଇଥିବାବେଳେ ତାଙ୍କର ପଲିଟିକାଲ ଲିଙ୍କ୍ ଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହାର ଚେର କେତେବାଟ ଲମ୍ବିଛି ତାହା ଜଣା ପଡ଼ିନଥିବା ବେଳେ  ପୁଣି ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଏହି ସଙ୍ଗଠନ ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି ୬ଟି ପରିବାର।  […]

manbad

Tapaswini Nayak
  • Published: Monday, 30 August 2021
  • , Updated: 30 August 2021, 02:58 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ମାନବବାଦ ସଙ୍ଗଠନ ନାଁରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର।  ସଙ୍ଗଠନର ମୁଖ୍ୟ ମାନସ ଦାସ ହୋଇଥିବାବେଳେ ତାଙ୍କର ପଲିଟିକାଲ ଲିଙ୍କ୍ ଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହାର ଚେର କେତେବାଟ ଲମ୍ବିଛି ତାହା ଜଣା ପଡ଼ିନଥିବା ବେଳେ  ପୁଣି ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି।

ଏହି ସଙ୍ଗଠନ ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି ୬ଟି ପରିବାର।  ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଡାଳତୋଳା ଆଦିବାସୀ ସାହିରୁ।

ଏହି ସାହିର ୬ଟି ପରିବାର ମାନବବାଦ ସଙ୍ଗଠନର କଥା ନ ମାନିବାରୁ ଗାଁରୁ ମାଡମାରି ସଙ୍ଗଠନର ସଦସ୍ୟ ବାହାର କରି ଦେଇଥିବା ଅଭିଯୋଗ ଆସିଛି।  ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ସିଧାସଳଖ ଅଭିଯୋଗ ଉଠାଇଛନ୍ତି ଆଦିବାସୀ ସାହିର ଲୋକେ।

ଜଣେ ଅଭିଯୋଗକାରୀ କହିଛନ୍ତି, ୨୦୧୪ ଏକ ହତ୍ୟା ମାମଲାରେ ଆମକୁ ଛନ୍ଦି ଜେଲ ପଠାଇ ଦେଇଥିଲେ। ଆମକୁ ସଂଗଠନର ସଦସ୍ୟମାନେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଆମ ଘରେ ପଶି ମା’ଭଉଣୀଙ୍କୁ ପିଟିଥିଲେ। ଆମ ଘର ଭାଙ୍ଗି ଦେବା ସହ ସବୁ ଲୁଟପାଟ କରି ନେଇଯାଇଥିଲେ।

ଜଣେ ମହିଳା କହିଛନ୍ତି, ସେମାନେ ମୋ ସ୍ୱାମୀଙ୍କୁ ମାରପିଟ କରିଥିଲେ। ଆମ ଘରେ ପଶି ଲୁଟପାଟ  କରିଥିଲେ। ଆମେ ଖାଇବାକୁ ନ ପାଇ ଭୋକଉପାସରେ ରହିଲୁ।  ମାଗିଯାଚି ଖାଇଲୁ। ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଇଙ୍ଗିତରେ ଏହି ସବୁ ଘଟଣା ଘଟିଥିଲା ।  ସେବେଠାରୁ ଆଦିବାସୀ ସାହି ଛାଡି ୬ ପରିବାର ଡାଳତୋଳା ରାସ୍ତାକଡରେ ଏକ ସରକାରୀ ଜାଗାର ଜଙ୍ଗଲ ଭିତରେ ରହୁଛୁ।

ଖାଲି ଏତିକି ନୁହେଁ, ପ୍ରଥମେ ସଙ୍ଗଠନରେ ରୁହ, ସମସ୍ତ ସୁବିଧା କରାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଉଥିବା ଗାଁରୁ ବିତାଡିତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେମାନେ କହିଛନ୍ତି, ସଙ୍ଗଠନରେ ରହିବା ଲାଗି କଠୋର ସର୍ତ୍ତ ରହୁଥିଲା ।  ସ୍ତ୍ରୀ ଲୋକେ ଶଙ୍ଖା ସିନ୍ଦୁର ପିନ୍ଧିବେନି, ବାପାମା’ ମଲେ  ଶୁଦ୍ଧିକ୍ରିୟା ହେବନି ବୋଲି କୁହାଯାଉଥିଲା।

କିଛି ଦିନ ତଳେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ପରେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇପଡ଼ିଛନ୍ତି।  ତାଙ୍କ କାରନାମା ସହ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସିଛି।  ତେବେ ବୋଲଗଡର କଡବ ଗାଁରେ ବାପପୁଅଙ୍କୁ ନିସ୍ତୁକ ପିଟିବା ଘଟଣାକୁ ପୂର୍ବରୁ ଖଣ୍ଡନ କରିଥିଲେ ନିଜେ ମାନସ ଦାସ।

Related story