ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ଖୋର୍ଦ୍ଧା(ବଳରାମ ଲେଙ୍କା): ଘରେ ରୋଷେଇ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ଗୋଟିଏ ପରିବାରର ୬ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ଭିତରେ ୩ ଜଣ ମହିଳା, ଜଣେ ୪ ବର୍ଷର ଶିଶୁକନ୍ୟା ଓ ୨ ଜଣ ପୁରୁଷ ରହିଛନ୍ତି। ଆଜି ଏପରି ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ […]

khurda

Manoranjan Sial
  • Published: Saturday, 26 September 2020
  • , Updated: 26 September 2020, 11:20 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଘରେ ରୋଷେଇ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ଗୋଟିଏ ପରିବାରର ୬ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ଭିତରେ ୩ ଜଣ ମହିଳା, ଜଣେ ୪ ବର୍ଷର ଶିଶୁକନ୍ୟା ଓ ୨ ଜଣ ପୁରୁଷ ରହିଛନ୍ତି। ଆଜି ଏପରି ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି।

ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ପରିବାର ଲୋକେ ଖାଇବା ପାଇଁ ଏକାଠି ହୋଇଥିଲେ। ଖାଇବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଗରମ କରିବା ପାଇଁ ଗ୍ୟାସ ଚୁଲାରେ ନିଆଁ ଲଗା ଯାଇଥିଲା। ମାତ୍ର ଗ୍ୟାସ ଚୁଲା ଜଳି ନଥିଲା। ତେବେ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ପରିବାର ୬ ଜଣ ନିଆଁରେ ପୋଡ଼ି ଯାଇଥିଲା।

ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ବେଗୁନିଆଁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story