ଓଡ଼ିଶାର ୬ ଜେଲ୍ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉଲ୍ଲେଖନୀୟ ସେବା ଲାଗି ଜେଲ୍‌ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଓ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଓଡ଼ିଶାରୁ ୩ ଜଣ ଜେଲ୍ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ […]

jail

Jitendra Garnayak
  • Published: Friday, 24 January 2020
  • , Updated: 24 January 2020, 08:25 PM IST

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉଲ୍ଲେଖନୀୟ ସେବା ଲାଗି ଜେଲ୍‌ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଓ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ ୩ ଜଣ ଜେଲ୍ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଶିକ୍ଷାନବୀସ ଅଧିକାରୀ ନିରଞ୍ଜନ ସାହୁ, ଜୟପୁର ଜେଲ୍‌ର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ସୌଭାଗିନୀ ସିଂ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଅନୁଗୋଳ ନିରୀକ୍ଷଣ ଓ ସ୍ୱତନ୍ତ୍ର ଗୃହର ଅଧୀକ୍ଷକ ଅମୀର କୁମାର ନାଥଶର୍ମା, ଗୁଣପୁର ସବ୍‌ଜେଲର ଧୀରେନ୍ଦ୍ର ନାଥ ବାରିକ ଓ କଟକ ସର୍କଲ ଜେଲ୍‌ର ବନ୍ଦୀ କଲ୍ୟାଣ ଅଧିକାରୀ ରାମକୃଷ୍ଣ ଦାସ।

Related story