ବନ୍ଧୁକ ମୁନରେ ଲୁଟି ନେଲେ ୬ ଲକ୍ଷ ଓ ୧୦ ଭରି ସୁନା

ଟିଟଲାଗଡ(ମାନସ ରଞ୍ଜନ ମହାନ୍ତି): ବନ୍ଧୁକ ମୁନରେ ଲୁଟ୍‌। ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ପାଖାପାଖି ୧୦ ଲକ୍ଷର ସମ୍ପତ୍ତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗାଁରୁ ଏଭଳି ଅଭିଯୋଗ ଆସିଛି। ଏଠାକାର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ବିଳମ୍ବିତରେ କଳାକନା ବୁଲାଇଛନ୍ତି ଡକାୟତ। ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଗ୍ରୀଲ୍‌ ଭାଙ୍ଗି ଅଜିତ ସାହୁଙ୍କ ଘରେ ପସିଥିଲେ। ଏହାପରେ ତାଙ୍କୁ ବନ୍ଧୁକ ଓ ଭୁଜାଳି ଦେଖାଇବା ସହ ତାଙ୍କ […]

loot-3

Madhupriya Mistry
  • Published: Thursday, 13 January 2022
  • , Updated: 13 January 2022, 04:56 PM IST

ଟିଟଲାଗଡ(ମାନସ ରଞ୍ଜନ ମହାନ୍ତି): ବନ୍ଧୁକ ମୁନରେ ଲୁଟ୍‌। ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ପାଖାପାଖି ୧୦ ଲକ୍ଷର ସମ୍ପତ୍ତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗାଁରୁ ଏଭଳି ଅଭିଯୋଗ ଆସିଛି। ଏଠାକାର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ବିଳମ୍ବିତରେ କଳାକନା ବୁଲାଇଛନ୍ତି ଡକାୟତ।

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଗ୍ରୀଲ୍‌ ଭାଙ୍ଗି ଅଜିତ ସାହୁଙ୍କ ଘରେ ପସିଥିଲେ। ଏହାପରେ ତାଙ୍କୁ ବନ୍ଧୁକ ଓ ଭୁଜାଳି ଦେଖାଇବା ସହ ତାଙ୍କ ଘରର ଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ଘରୁ ନଗର ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଲୁଟି ନେଇଥିଲେ ଡକାୟତ। ଏନେଇ ଅଜିତ ସଇଁନ୍ତଳା ଥାନରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ସଇଁନ୍ତଳା ପୁଲିସ ପହଁଚି ଘଟଣାର  ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ  ଟିଟିଲାଗଡ଼ SDPO ସୁରେନ୍ଦ୍ର ନାଥ ଶତପଥୀ  ସହ ବଲାଙ୍ଗୀର ର ଫୋରେଂସିକ ଟିମ ପହଁଚି ଅଧିକ ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଛନ୍ତି।

https://youtu.be/BqnooJjhDtg

Related story