ରାଜ୍ୟରେ ଖୋଲିବ ୬ଟି ନୂଆ ପ୍ଲାନେଟୋରିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ଟି ନୂଆ ପ୍ଲାନେଟୋରିୟମ ଓ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୧୦୦କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହିତ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମକୁ ଥ୍ରୀ-ଡି ପ୍ଲାନୋଟୋରିୟମରେ ପରିଣତ କରାଯିବ। ଆଜି ଭିଡିଓ କନଫରେନ୍ସିଂରେ ରାୟଗଡ଼ାରେ ଏକ ପ୍ଲାନେଟୋରିୟମ ଓ କୋରାପୁଟର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିତ୍ତିପ୍ରସ୍ତର […]

Naveen Patnaik

Manoranjan Sial
  • Published: Wednesday, 03 March 2021
  • , Updated: 03 March 2021, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ଟି ନୂଆ ପ୍ଲାନେଟୋରିୟମ ଓ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୧୦୦କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହିତ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମକୁ ଥ୍ରୀ-ଡି ପ୍ଲାନୋଟୋରିୟମରେ ପରିଣତ କରାଯିବ।

ଆଜି ଭିଡିଓ କନଫରେନ୍ସିଂରେ ରାୟଗଡ଼ାରେ ଏକ ପ୍ଲାନେଟୋରିୟମ ଓ କୋରାପୁଟର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଏବେ ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି(ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି। ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ, ଆଇଟି, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାଠାରେ ଉପସ୍ଥିତ ରହି ଏହି ପ୍ଲାନେଟୋରିୟମ ସ୍ଥାପନ ଦ୍ୱାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ।

ସେହିପରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାନେଟୋରିୟମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯାଉଛି। ଭୁବନେଶ୍ୱର ପ୍ଲାନେଟୋରିୟମକୁ ଆହୁରି ବଡ଼ କରାଯାଇ ସେଠାରେ ୧୨୦ଜଣ ଏକସଙ୍ଗେ ବସିବାର ବ୍ୟବସ୍ଥା କରାଯାଉଛି। ଜୟପୁରରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉପସ୍ଥିତ ରହିଥିଲେ।

Related story