ବିଜେପି ଫୋକସରେ ଓଡ଼ିଶା, ଖୋଲିଲା ଆଉ ୬ଟି ପାର୍ଟି ଅଫିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଫୋକସରେ ଓଡ଼ିଶା । ରାଜ୍ୟର ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ଖୋଲିଲା ଆଉ ୬ଟି ପାର୍ଟି ଅଫିସ । ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜେପିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ଏହି ପାର୍ଟି ଅଫିସଗୁଡିକର ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ବିଜେପିର ସଂଗଠନ ଯେପରି ତୃଣମୂଳ ସ୍ତରରେ ମଜଭୁତ ହେବ ଏବଂ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ ବିଜେପି […]

bjp-1

Niharika Rout
  • Published: Tuesday, 17 November 2020
  • , Updated: 17 November 2020, 01:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଫୋକସରେ ଓଡ଼ିଶା । ରାଜ୍ୟର ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ଖୋଲିଲା ଆଉ ୬ଟି ପାର୍ଟି ଅଫିସ । ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜେପିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ଏହି ପାର୍ଟି ଅଫିସଗୁଡିକର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଓଡ଼ିଶାରେ ବିଜେପିର ସଂଗଠନ ଯେପରି ତୃଣମୂଳ ସ୍ତରରେ ମଜଭୁତ ହେବ ଏବଂ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ରହିବ, ସେ ନେଇ ନଡ୍ଡା ପରାମର୍ଶ ଦେଇଥିଲେ । ୨୦୧୯ ନିର୍ବାଚନରେ ଦଳର ଭୋଟ ପ୍ରତିଶତ ବଢ଼ିଥିବା ଏବଂ ୩୩ଟି ଆଦିବାସୀ ସିଟରୁ ୧୧ଟି ସିଟରେ ବିଜେପିର ବିଜୟ ହୋଇଥିବାରୁ ଏଥିପାଇଁ ରାଜ୍ୟସ୍ତରୀୟ ନେତୃବନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ ନଡ୍ଡା।

ସେହିପରି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ସହ ମୋଦି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ  ଆହ୍ୱାନ ଦେଇଥିଲେ। ରାଜ୍ୟରେ ବିଜେପିର ଯେଉଁ ଅଗ୍ରଗତି ହେଉଛି, ଆଗକୁ ଦଳ ଏକକ ସରକାର ଗଠନ କରିବାକୁ ସକ୍ଷମ ବୋଲି ନଡ୍ଡା କହିଛନ୍ତି।

Related story