ଦୁବାଇରେ ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଫେରିଲେ, ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଫେରିଲେ ଦୁବାଇରେ ଫସିଥିବା ଶ୍ରମିକ। ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ଫେରିଛନ୍ତି। ସେମାନେ ହେଲେ କାଳିଆ ଜେନା, ପବିତ୍ର ମଲ୍ଲିକ, ଟୁନା ମଲ୍ଲିକ, ଦିବାକର ନାହାକ, ରାଜୁ ଗଉଡ଼ ଓ ସାନ୍ତନୁ ପଲାଇ। ଅନ୍ୟ ୧୨ ଜଣ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିଛି। ୨୦୧୮ ନଭେମ୍ବରରେ ଗଞ୍ଜାମ ଜିଲ୍ଲାର ୧୮ ଜଣ ଶ୍ରମିକ କାର୍ତ୍ତିକ ଜେନା ନାମକ ସ୍ଥାନୀୟ ଏଜେଣ୍ଟ ଜରିଆରେ ଦୁବାଇ […]

odia-1

Tapas Behera
  • Published: Sunday, 28 July 2019
  • , Updated: 28 July 2019, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଫେରିଲେ ଦୁବାଇରେ ଫସିଥିବା ଶ୍ରମିକ। ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ଫେରିଛନ୍ତି। ସେମାନେ ହେଲେ କାଳିଆ ଜେନା, ପବିତ୍ର ମଲ୍ଲିକ, ଟୁନା ମଲ୍ଲିକ, ଦିବାକର ନାହାକ, ରାଜୁ ଗଉଡ଼ ଓ ସାନ୍ତନୁ ପଲାଇ। ଅନ୍ୟ ୧୨ ଜଣ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିଛି।

୨୦୧୮ ନଭେମ୍ବରରେ ଗଞ୍ଜାମ ଜିଲ୍ଲାର ୧୮ ଜଣ ଶ୍ରମିକ କାର୍ତ୍ତିକ ଜେନା ନାମକ ସ୍ଥାନୀୟ ଏଜେଣ୍ଟ ଜରିଆରେ ଦୁବାଇ ଯାଇଥିଲେ। ୯ ମାସ କାମ କରିବା ପରେ ମଧ୍ୟ ସେମାନଙ୍କୁ ଦରମା ଦିଆଯାଇନଥିବା ଅଭିଯୋଗ ହୋଇଥିଲା। ଦୁର୍ଦ୍ଦଶାଗ୍ରସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସେମାନେ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ନିବେଦନ କରଥିଲେ। ଏହାପରେ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗତ ୧୨ ତାରିଖରେ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଥିଲେ।

୬ ଜଣ ଶ୍ରମିକ ସୁରକ୍ଷିତ ଭାବେ ଫେରିବା ପରେ ସେମାନଙ୍କ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related story