ମୁଣ୍ଡ ଖଟାଇ ଥିଲେ, କିନ୍ତୁ ଧରା ପଡ଼ିଲେ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗଞ୍ଜେଇ ଚାଲାଣ କରିବାକୁ ଦିନକୁ ଦିନ ନୂଆ ନୂଆ ଉପାୟ ଆପଣାଉଛନ୍ତି ଏହି ଚୋରା ବ୍ୟବସାୟରେ ଲିପ୍ତ ଲୋକେ। କେତେ ବେଳେ ଗଞ୍ଜେଇ ବସ୍ତାକୁ ଶବ ପରି ସଜାଇ ଆମ୍ବୁଲାନ୍ସରେ ନେଇ ଯାଉଛନ୍ତି ତ କେତେବେଳେ ପଇଡ଼ ବୋଝେଇ ଟ୍ରକ୍‌ରେ ଲୁଚାଇ ନେଇ ଯାଉଛନ୍ତି। କିନ୍ତୁ ପୋଲିସ୍ ନଜରରୁ ଖସି ପାରୁ ନାହାଁନ୍ତି ଓ ଧରା ପଡୁଛନ୍ତି। ଆଜି ବି ଏମିତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତିନି ଜଣ […]

malkangirio 1

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 12:26 PM IST

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗଞ୍ଜେଇ ଚାଲାଣ କରିବାକୁ ଦିନକୁ ଦିନ ନୂଆ ନୂଆ ଉପାୟ ଆପଣାଉଛନ୍ତି ଏହି ଚୋରା ବ୍ୟବସାୟରେ ଲିପ୍ତ ଲୋକେ। କେତେ ବେଳେ ଗଞ୍ଜେଇ ବସ୍ତାକୁ ଶବ ପରି ସଜାଇ ଆମ୍ବୁଲାନ୍ସରେ ନେଇ ଯାଉଛନ୍ତି ତ କେତେବେଳେ ପଇଡ଼ ବୋଝେଇ ଟ୍ରକ୍‌ରେ ଲୁଚାଇ ନେଇ ଯାଉଛନ୍ତି। କିନ୍ତୁ ପୋଲିସ୍ ନଜରରୁ ଖସି ପାରୁ ନାହାଁନ୍ତି ଓ ଧରା ପଡୁଛନ୍ତି। ଆଜି ବି ଏମିତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତିନି ଜଣ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ପ୍ରାୟ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଛି।

ଆଜି ଭୋର୍‌ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍ ବୋଝେଇ କଣ୍ଟେନର୍‌କୁ ଅଟକାଇ ଥିଲା। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା।  ଆନ୍ଧ୍ରପ୍ରଦେଶର ଦାରକୋଣ୍ଡାରୁ ହରିୟାଣାକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା।

ଏହି ମାମଲାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ମୃତଦେହ ନେବା ପରି ଗଞ୍ଜେଇ ପ୍ୟାକେଟ୍‌କୁ ଧଳା କପଡ଼ାରେ ଗୁଡ଼ାଇ ଏକ ନକଲି ଆମ୍ବୁଲାନ୍ସରେ ନିଆଯାଉଥିଲା। ପୁଲିସ୍‌ ଗୋବିନ୍ଦପାଲ୍ଲୀ ଛକରେ ଯାଞ୍ଚ ବେଳେ ଆମ୍ୱୁଲାନ୍ସକୁ ଜବତ କରିଥିଲା। ଏଥିରୁ ୧ କ୍ୱିଣ୍ଟାଲ୍ ୨୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

 

Related story