ପୁଅ ଆଖିରେ ପଡ଼ିଗଲା ବାପାର ରକ୍ତ ଜୁଡ଼ୁବୁଡ଼ୁ ଶରୀର, ତା’ ପରେ...

ସୋର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାରୁ ଘଟିଗଲା ରକ୍ତପାତ । ଜଣେ ୩୮ ବର୍ଷୀୟ ଯୁବକଙ୍କୁ ଗାଁର ୩ ଜଣ ରାତିରେ ଡାକିନେଇଥିଲେ। ହେଲେ ପର ଦିନ ସକାଳେ ନିଜ ଛାତରେ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାକୁ ଦେଖି ୬ ବର୍ଷର ପୁଅ ଚିତ୍କାର କରିବାରୁ ପରିବାର ଲୋକେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଯୁବକଜଣକ ଆଖି ବୁଜିଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା […]

DeadBody

Niharika Rout
  • Published: Monday, 09 May 2022
  • , Updated: 09 May 2022, 12:32 PM IST

ସୋର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାରୁ ଘଟିଗଲା ରକ୍ତପାତ । ଜଣେ ୩୮ ବର୍ଷୀୟ ଯୁବକଙ୍କୁ ଗାଁର ୩ ଜଣ ରାତିରେ ଡାକିନେଇଥିଲେ। ହେଲେ ପର ଦିନ ସକାଳେ ନିଜ ଛାତରେ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାକୁ ଦେଖି ୬ ବର୍ଷର ପୁଅ ଚିତ୍କାର କରିବାରୁ ପରିବାର ଲୋକେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଯୁବକଜଣକ ଆଖି ବୁଜିଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗାଁରେ ଘଟିଛି। ମୃତକ ହେଲେ କମଳାକାନ୍ତ ମଳିକ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ କମଳାକାନ୍ତ ନିଜ ଘରେ ଥିବା ବେଳେ ଗାଁର ୩ ଜଣ ଯୁବକ ତାଙ୍କୁ ଡାକି ନେଇଥିଲେ। ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅ ନ ଫେରିବାରୁ ପରିବାର ଲୋକେ କବାଟ ଖୋଲା କରି ଶୋଇ ପଡ଼ିଥିଲେ। ଏହାପରେ ଶନିବାର ସକାଳେ ମଧ୍ୟ ପୁଅ ଆସି ନ ଥିବାରୁ ପରିବାର ଲୋକେ ଚାରି ଆଡ଼େ ଖୋଜାଖୋଜି କଲେ।

ଇତି ମଧ୍ୟରେ କମଳାକାନ୍ତଙ୍କ ୬ ବର୍ଷର ପୁଅ କୌଣସି କାରଣରୁ ଛାତ ଉପରକୁ ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଛୁଆର ଚିତ୍କାର ଶୁଣି ପରିବାର ଲୋକେ କମଳାକାନ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସୋଣ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା।

ମୃତ କମଳାକାନ୍ତଙ୍କ ବାପା ଏନେଇ ସୋର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନେ କାହିଁକି ମାରିଲେ, ଏହା ପଛର କାରଣ କ’ଣ, ମାଡ଼ ମାରିବା ପରେ କିପରି କମଳାକାନ୍ତଙ୍କୁ ଆଣି ତାଙ୍କ ଛାତ ଉପରେ ଫୋପାଡ଼ି ଦେଇ ଗଲେ, ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ୍‌।

Related story