୧୦ ବର୍ଷରେ ଅନ୍ଧବିଶ୍ୱାସ ନେଲାଣି ୬୦ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛି ମଣିଷ। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି। ଅବିଦ୍ୟା ଓ କୁସଂସ୍କାରର ଜାଲ ଭିତରେ ଛନ୍ଦି ହୋଇ ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଆଦିବାସୀ ବହୁଳ କେନ୍ଦୁଝରରେ ଦୁଇ ଦୁଇ ଜଣଙ୍କୁ ନିର୍ମମ ହତ୍ୟା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି। କେନ୍ଦୁଝର […]

60-PERSONS-KILLED-IN-LAST-10-YEARS-IN-KEONJHAR-OVER-SUSPICION-OF-BLACK-MAGIC

Manoranjan Sial
  • Published: Tuesday, 20 August 2019
  • , Updated: 20 August 2019, 08:39 PM IST

କେନ୍ଦୁଝର(ପ୍ରଣୟ ପାଣି): ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛି ମଣିଷ। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି। ଅବିଦ୍ୟା ଓ କୁସଂସ୍କାରର ଜାଲ ଭିତରେ ଛନ୍ଦି ହୋଇ ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଆଦିବାସୀ ବହୁଳ କେନ୍ଦୁଝରରେ ଦୁଇ ଦୁଇ ଜଣଙ୍କୁ ନିର୍ମମ ହତ୍ୟା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି। କେନ୍ଦୁଝର ଜିଲ୍ଲାରେ ଗତ ୧୦ ବର୍ଷରେ ଅନ୍ଧବିଶ୍ୱାସ ଯୋଗୁ ୬୦ ଜୀବନ ଯାଇଛି। ଯାହା ନିଶ୍ଚିତ ଭାବେ ଉଦ୍‌ବେଗର କାରଣ ହୋଇଛି।

ନେଙ୍କଡ଼ାପାଲି ଗାଁର ରାମ ମୁଣ୍ଡାଙ୍କ ଝିଅର ଦେହ ବାରମ୍ବାର ଅସୁସ୍ଥ ହେଉଥିଲା। ଡାକ୍ତରଙ୍କୁ ଦେଖାଉଥିଲେ ମଧ୍ୟ ଠିକ୍‌ ହେଉନଥିଲା। ଉକ୍ତ ଗାଁର ସୁବାସ ମୁଣ୍ଡା ଗୁଣିଗାରେଡ଼ି କରୁଥିବାରୁ ରାମ ମୁଣ୍ଡାଙ୍କ ଝିଅ ଏପରି ଅସୁସ୍ଥ ହେଉଥିବା ସନ୍ଦେହ କରୁଥିଲେ। ଆଉ ଶେଷରେ ଗତକାଲି ରାତିରେ ଗାଁର କିଛି ଯୁବକଙ୍କ ସହ ମିଶି ସେ ସୁବାସଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସୁବାସଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସୁବାସଙ୍କ ପୁତୁରା ଚେତନଙ୍କୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ସନ୍ଦିଗ୍ଧଙ୍କୁ ଧରି ଘଟଣାର ଖୋଳତାଡ଼ କରୁଛି।

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଅନ୍ଧବିଶ୍ୱାସକୁ ଆଧାର କରି ରୀତିମତ ଅଘଟଣମାନ ଘଟୁଛି। କେବେ ମେଡିକାଲ ପରିସରରେ ନିର୍ଜୀବ ଶରୀରରେ ଜୀବନ ଫେରାଇ ଆଣିବାକୁ ପ୍ରୟାସ ତ ଆଉ କେବେ ରକ୍ତରଂଜିତ ପ୍ରତିଶୋଧ। ଗତ ୧୦ ବର୍ଷ ମଧ୍ୟରେ ଏହି ଜିଲ୍ଲାରେ ୬୦ଟି ମୁଣ୍ଡ ଗଡ଼ିଥିବା ବେଳେ ୨୦୧୮ରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ ଜଣଙ୍କୁ ହତ୍ୟା କରାଯାଇଛି। ଗୁଣିଗାରେଡିକୁ କେନ୍ଦ୍ର କରି ଏଭଳି ଉଦ୍‌ବେଗଜନକ ସ୍ଥିତିକୁ ଦେଖି ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ତତ୍କାଳୀନ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କେନ୍ଦୁଝରରେ ଏକ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରିଥିଲେ। ତଥାପି ଲୋକେ ଏବେ ବି ସଚେତନତାଠାରୁ ବହୁ ଦୂରରେ।

Related story