ଚାଷୀଙ୍କୁ ଆକାଉଣ୍ଟକୁ ଗଲା ୬୨୨ କୋଟିର 'କାଳିଆ' ସହାୟତା

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ‘କାଳିଆ’ ଯୋଜନାରେ ୧୨.୪୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୬୨୨କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ପୁରୀର ମାଳତୀପାଟପୁରଠାରେ ଚାଷୀଙ୍କ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟ ସମବାୟ ବିଭାଗ ସୂତ୍ର ଅନୁସାରେ ‘କାଳିଆ’ ଯୋଜନାରେ ସହାୟତା ପାଇଁ ୬୬ଲକ୍ଷ ଚାଷୀ ଆବେଦନ କରିଥିଲେ। ସେଥିରୁ ୧୨ଲକ୍ଷ ୪୫ହଜାର ୪୯୦ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ୬୨୨ କୋଟି ୭୪ଲକ୍ଷ ୫୦ହଜାର ଟଙ୍କା ସ୍ଥାନାନ୍ତର […]

622-crore-transferred-to-the-accounts-of-over-twelve-lakh-farmers-under-kalia-scheme

Manoranjan Sial
  • Published: Friday, 25 January 2019
  • , Updated: 25 January 2019, 07:39 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ‘କାଳିଆ’ ଯୋଜନାରେ ୧୨.୪୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୬୨୨କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ପୁରୀର ମାଳତୀପାଟପୁରଠାରେ ଚାଷୀଙ୍କ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ ସମ୍ପର୍କରେ ଘୋଷଣା କରିଥିଲେ।

ରାଜ୍ୟ ସମବାୟ ବିଭାଗ ସୂତ୍ର ଅନୁସାରେ ‘କାଳିଆ’ ଯୋଜନାରେ ସହାୟତା ପାଇଁ ୬୬ଲକ୍ଷ ଚାଷୀ ଆବେଦନ କରିଥିଲେ। ସେଥିରୁ ୧୨ଲକ୍ଷ ୪୫ହଜାର ୪୯୦ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ୬୨୨ କୋଟି ୭୪ଲକ୍ଷ ୫୦ହଜାର ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରର ସର୍ବାଧିକ ୧ଲକ୍ଷ ୯୬୭ଜଣ ଚାଷୀ ଓ ଝାରସୁଗୁଡ଼ା ଜିଲ୍ଲାର ସର୍ବନିମ୍ନ ୧୨୬୦୭ଜଣ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଚାଷୀଙ୍କୁ ପ୍ରତିବର୍ଷ ଦୁଇଥର ୫ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇରେ ଏହି ଚାଷୀ ସହାୟତା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

Related story