ରାୟଗଡ଼ାରେ ୬୪ ଜଣ ସ୍କୁଲ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ରାୟଗଡ଼ା ଜିଲ୍ଲାରେ ୬୪ଜଣ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଅନ୍ୱେଷା ହଷ୍ଟେଲର ୪୪ଜଣ ଅନ୍ତେବାସୀ (ସ୍କୁଲ ପିଲା) କୋଭିଡ୍ ସଂକ୍ରମିତ ହୋଇଥିବା ହଷ୍ଟେଲ ଦାୟିତ୍ୱରେ ଥିବା ନମିତା ସାମଲ ସ୍ୱୀକାର କରିଛନ୍ତି । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କୋଟଲାଗୁଡ଼ାଠାରେ ଥିବା ଅନ୍ୱେଷା ହଷ୍ଟେଲରେ […]

corona

Ordigital Desk
  • Published: Saturday, 07 May 2022
  • , Updated: 07 May 2022, 09:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ରାୟଗଡ଼ା ଜିଲ୍ଲାରେ ୬୪ଜଣ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଅନ୍ୱେଷା ହଷ୍ଟେଲର ୪୪ଜଣ ଅନ୍ତେବାସୀ (ସ୍କୁଲ ପିଲା) କୋଭିଡ୍ ସଂକ୍ରମିତ ହୋଇଥିବା ହଷ୍ଟେଲ ଦାୟିତ୍ୱରେ ଥିବା ନମିତା ସାମଲ ସ୍ୱୀକାର କରିଛନ୍ତି ।

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କୋଟଲାଗୁଡ଼ାଠାରେ ଥିବା ଅନ୍ୱେଷା ହଷ୍ଟେଲରେ ମୋଟ ୨୫୭ଜଣ ଅନ୍ତେବାସୀ ଅଛନ୍ତି । ମେ’ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଦ୍ୱାରା ଆରଟି ପିସିଆର ଟେଷ୍ଟ କରାଯିବା ପରେ ଏହି ପିଲାଙ୍କ ମଧ୍ୟରୁ ୪୪ଜଣ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିଛି ।

ହଷ୍ଟେଲ ଦାୟିତ୍ୱରେ ଥିବା ନମିତା ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମସ୍ତ ପିଲାଙ୍କ ଦେହରେ ଲକ୍ଷଣ ଜଣାପଡ଼ୁଛି । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ସଂକ୍ରମଣ ନବ୍ୟାପିବା ପାଇଁ ସବୁ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି । ଏହି ପିଲାମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୮ଟି ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢ଼ନ୍ତି । ସମ୍ଭବତଃ ସେଥିପାଇଁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ସୂଚନା ପରେ ଜିଲ୍ଲା କଲ୍ୟାଣ ଅଧିକାରୀ ଅଶୋକ କୁମାର ଶପଥୀ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ସେହିପରି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ଥିବା ହାତମୁନିଗୁଡ଼ା ସରକାରୀ ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ଛୁଇଁଛି ।

Related story