୬ଟି ସହରରେ ତାପମାତ୍ର ୪୫ ଡିଗ୍ରୀ ଡେଇଁଲା, ଝାରସୁଗୁଡ଼ାରେ ସର୍ବାଧିକ ୪୫.୮

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଅପେକ୍ଷା ଆଜି ତାପାମାତ୍ରା ବଢ଼ିଛି। ଗତକାଲି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ରହିଥିଲା। ଆଜି ମଧ୍ୟ ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା ବେଳେ ୬ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ପାର ହୋଇଯାଇଛି। ପୁଣି ଏହି ୬ଟି ଯାକ ସହର ପଶ୍ଚିମ ଓଡ଼ିଶାର। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ […]

Heatwave

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 01:38 PM IST

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଅପେକ୍ଷା ଆଜି ତାପାମାତ୍ରା ବଢ଼ିଛି। ଗତକାଲି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ରହିଥିଲା। ଆଜି ମଧ୍ୟ ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା ବେଳେ ୬ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ପାର ହୋଇଯାଇଛି। ପୁଣି ଏହି ୬ଟି ଯାକ ସହର ପଶ୍ଚିମ ଓଡ଼ିଶାର। ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରହିଛି। ଏଠାରେ ଆଜି ୪୫.୮ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ଗତକାଲିଠାରୁ ଏଠାରେ ଆଜି .୪ ଡିଗ୍ରୀ ଅଧିକ ତାତି ଅନୁଭୁତ ହୋଇଛି। ପୁଣି ଚଳିତ ବର୍ଷ ଏହା ହେଉଛି ସବୁଠୁ ଅଧିକ ତାପମାତ୍ରା। ଝାରସୁଗୁଡ଼ା ତଳକୁ ରହିଥିଲା ଟିଟିଲାଗଡ଼। ଓଡ଼ିଶାର ତତଲାଗଡ଼ ଭାବେ ପରିଚିତ ଏହି ସହରରେ ଆଜି ୪୫.୭ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ସେହିପରି  ହୀରାକୁଦରେ ୪୫.୬ଡିଗ୍ରୀ, ଭବାନୀପାଟଣାରେ ୪୫.୫, ସମ୍ବଲପୁରରେ ୪୫.୩ ଓ ବଲାଙ୍ଗୀରରେ ୪୫.୧ ଡିଗ୍ରୀ ତାପାମାତ୍ରା ରହିଥିଲା।

ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୬ ଡିଗ୍ରୀ ରହିଥିଲା। ସେହିପରି ତାଳଚେରରେ ତାପମାତ୍ରା ୪୪.୦ ଡିଗ୍ରୀ ରହିଥିବା ବେଳେ, ଅନୁଗୁଳ ୪୩.୧, ଢେଙ୍କାନାଳ ୪୨.୭, କେନ୍ଦୁଝର ୪୧.୬ ଓ ଫୁଲବାଣୀ ୪୧.୫ ଡିଗ୍ରୀ ରହିଥିଲା। କଟକରେ ତାପାମାତ୍ରା ୩୯ ଡିଗ୍ରୀ ରହିଥିଲା।

ପ୍ରବଳ ଖରା ଯୋଗୁ ବିଭିନ୍ନ ସହରରେ ସକାଳ ୧୧ଟା ବେଳୁ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଅତି ଦରକାର ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି।

ଏ ସ୍ଥିତି ମେ’୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଏପରିକି ଏହି ସମୟ ମଧ୍ୟରେ ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ର ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିବ ବୋଲି କୁହାଯାଇଛି।

Related story