ଛେଳି ପାଇଁ ଅପହରଣ, ଆହତ ଯୁବକଙ୍କୁ ଘରୁ ଟେକି ନେଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ସାମାନ୍ୟ ୧୦ ହଜାର ଟଙ୍କା ଓ ଗୋଟିଏ ଛେଳି ପାଇଁ ଘରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ଅପହରଣ କରିନେଲେ ୭ ଯୁବକ।  ଶେଷରେ ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧି ଥିବା ବେଳେ ଅପହୃତ ଯୁବକଙ୍କୁ ଗିରଫ କରିଛି। ଏପରି ଅଭାବନୀୟ କାଣ୍ଡ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି। ଅପହୃତ ଯୁବକଜଣକ ହେଲେ  ମୁରିବାହାଲ ଥାନା ଖରବାହାଲି ଗାଁର ଜିତେନ୍ଦ୍ର ମହାକୁର ସୂଚନାମୁତାବକ, ଜିତେନ୍ଦ୍ର ମହାକୁର କିଛି ଦିନ ତଳେ ଏକ […]

goat

Niharika Rout
  • Published: Monday, 25 October 2021
  • , Updated: 25 October 2021, 11:22 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ସାମାନ୍ୟ ୧୦ ହଜାର ଟଙ୍କା ଓ ଗୋଟିଏ ଛେଳି ପାଇଁ ଘରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ଅପହରଣ କରିନେଲେ ୭ ଯୁବକ।  ଶେଷରେ ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧି ଥିବା ବେଳେ ଅପହୃତ ଯୁବକଙ୍କୁ ଗିରଫ କରିଛି। ଏପରି ଅଭାବନୀୟ କାଣ୍ଡ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି। ଅପହୃତ ଯୁବକଜଣକ ହେଲେ  ମୁରିବାହାଲ ଥାନା ଖରବାହାଲି ଗାଁର ଜିତେନ୍ଦ୍ର ମହାକୁର

ସୂଚନାମୁତାବକ, ଜିତେନ୍ଦ୍ର ମହାକୁର କିଛି ଦିନ ତଳେ ଏକ ଦୁର୍ଘଟଣାରେ ଆହତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଏହାସତ୍ତ୍ୱେ ଅଭିଯୁକ୍ତମାନେ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଛୁରି ଦେଖାଇ ଜିତେନ୍ଦ୍ରଙ୍କୁ ଅପହରଣ କରିନେଇଥିଲେ । ଜିତେନ୍ଦ୍ରଙ୍କୁ ଜଣେ ଅଭିଯୁକ୍ତଙ୍କ ଘରେ ରଖି ଦଶ ହଜାର ଟଙ୍କା ଓ ଏକ ଛେଳି ଦେବାକୁ ପରିବାର ଲୋକଙ୍କୁ ଫୋନ କରାଯାଇଥିଲା ।

[caption id="attachment_686311" align="aligncenter" width="650"] Representational Image[/caption]

ଏ ସମ୍ପର୍କରେ ଜିତେନ୍ଦ୍ରଙ୍କ ବାପା ମୁରିବାହାଲ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତଙ୍କ ଘରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିଥିଲା ।   ଏପରିକି  ଛେଳି ଦେବାକୁ କହି ଜିତେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଯମୁନାବାହାଲ, ନୂଆମୁଣ୍ଡା ଓ କଚାରଭାଡି ଗାଁର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୋଲିସ।

Related story