ବଜ୍ରପାତ ନେଲା ୭ ଜୀବନ, ୨ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି। ହକି ମ୍ୟାଚ୍‌ ବେଳେ ବଜ୍ରପାତ ଘଟି ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ […]

lighting

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 10:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି।

ହକି ମ୍ୟାଚ୍‌ ବେଳେ ବଜ୍ରପାତ ଘଟି ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଖେଳାଳି ଓ ମ୍ୟାନେଜମେଣ୍ଟ ସଦସ୍ୟମାନେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଥିଲେ। ୩ ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ସୂଚନା ମିଳିଛି।

ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ସନ୍ଧ୍ୟାରେ ବଜ୍ରପାତ ଘଟି ବାହାନଗା ବ୍ଲକ ବିଷ୍ଣୁପୁରରେ ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସିମୁଳିଆ ଥାନା ବାଟି ଗାଁରେ ହରେକୃଷ୍ଣ ବେହେରା ଏବଂ ଖଇରା ଥାନା କୁପାରୀରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଖଇରା ଥାନା ଝିଙ୍କରିଆ ଗାଁରେ ବଜ୍ରପାତରେ ୩ ବଖରା ଘର ଜଳିଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ସାନକେରକ ଗାଁରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ବିଲ କାମ କରୁଥିବାବେଳେ ଏହି ଅଘଟଣ ଘଟିଥିଲା।

Related story