୭ ମହିଳା କରୋନା ଯୋଦ୍ଧା ସମ୍ମାନିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧି ଜୟନ୍ତୀ ଅବସରରେ କରୋନା ମହାମାରୀରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୭ଜଣ ମହିଳାଙ୍କୁ କରୋନା ଯୋଦ୍ଧା ଭାବେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ମହିଳା ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା ଏହି ମହିଳା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କରୋନା ମହାମାରୀରେ ପ୍ରତିକୂଳ ପରିସ୍ଥିତିରେ ନିଜର […]

corona

Manoranjan Sial
  • Published: Friday, 02 October 2020
  • , Updated: 02 October 2020, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧି ଜୟନ୍ତୀ ଅବସରରେ କରୋନା ମହାମାରୀରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୭ଜଣ ମହିଳାଙ୍କୁ କରୋନା ଯୋଦ୍ଧା ଭାବେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି।

ରାଜଧାନୀ ଭୁବନେଶ୍ୱରସ୍ଥିତ ମହିଳା ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା ଏହି ମହିଳା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କରୋନା ମହାମାରୀରେ ପ୍ରତିକୂଳ ପରିସ୍ଥିତିରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଡାକ୍ତର, ପୁଲିସ, ସାମ୍ବାଦିକ ଓ ସଫେଇ କର୍ମଚାରୀଙ୍କୁ ବିଚାର ଭାରତୀ ଟ୍ରଷ୍ଟ ସମ୍ମାନିତ କରିଛି।

ଯେଉଁମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି ସେମାନେ ହେଲେ ସମ୍ ଅଲଟିମେଟ୍ ହସ୍ପିଟାଲର ଡାକ୍ତର ସୁଶ୍ରୀ ସଙ୍ଗୀତା ଜେନା, ଆନନ୍ଦପୁର ସରକାରୀ ହସ୍ପିଟାଲର ଡାକ୍ତର କସ୍ତୁରୀ ଦାଶ, ଭୁବନେଶ୍ୱର ମହିଳା ଥାନା ଅଧିକାରୀ ବନିତା ମହାରଣା, ଟିଭି ସାମ୍ବାଦିକା ସତରୂପା ସାମନ୍ତରାୟ, ପ୍ରିଣ୍ଟ ସାମ୍ବାଦିକା ଅସମାପିକା ସାହୁ, ସଫେଇ କର୍ମଚାରୀ ଗୋଲାପ ନାୟକ ଓ ମନୋରମା ନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବିଚାର ଭାରତୀ ଟ୍ରଷ୍ଟ ସମ୍ପାଦିକା ପ୍ରୀତିଛନ୍ଦା ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related story