ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବାକୁ ଗଠନ ହେଲା ୨୩ଟି ସ୍କ୍ୱାଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ହୋଇଛି। ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାଡ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ କହିଛନ୍ତି। ଏହି ସ୍କ୍ୱାଡ଼ ଷ୍ଟକ୍‌ ଯାଞ୍ଚ କରିବେ। ଯଦି କିଛି କଳାବଜାର ହେଉଥିବ, ତାହା ହେଲେ […]

corona

Manoranjan Sial
  • Published: Monday, 19 April 2021
  • , Updated: 19 April 2021, 01:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ହୋଇଛି। ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାଡ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ କହିଛନ୍ତି। ଏହି ସ୍କ୍ୱାଡ଼ ଷ୍ଟକ୍‌ ଯାଞ୍ଚ କରିବେ। ଯଦି କିଛି କଳାବଜାର ହେଉଥିବ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ମହାମାରୀ କରୋନା ଭାରତରେ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି କରୋନା। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧର ଘୋର ଅଭାବ ଦେଖାଦେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରିଛନ୍ତି। ଏହି ସ୍କ୍ୱାଡ଼ ନିୟମିତ ମେଡିସିନ୍‌ ଷ୍ଟକ୍‌ ଯାଞ୍ଚ କରିବେ।

ସେପଟେ ଆଜି ରାଜ୍ୟରେ ୪୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧ ଓ ପୁରୀରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଆଜି କରୋନା ୪ ଜଣ ଲୋକଙ୍କ ଜୀବନ ନେଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪,୪୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୫୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧,୮୭୧ଟି ଲୋକାଲ୍ କେସ୍‌।

Related story