ଫଳ କିଣୁ କିଣୁ ୭ ଲକ୍ଷ ଟଙ୍କା ଲୁଟ୍‌

ବିନିକ (ଦିଲୀପ କୁମାର ସାହୁ): ବସ୍‌ଷ୍ଟାଣ୍ଡରେ କାର୍ ରଖି ଫଳ କିଣିବା ପାଇଁ ଓହ୍ଲାଇଥିଲେ। ହେଲେ ଫଳ କିଣୁ କିଣୁ ଲୁଟ୍‌ର ଶିକାର ହେଲେ। ଆଖି ପିଛୁଳାକେ ଚାଲିଗଲା ୭ ଲକ୍ଷ ଟଙ୍କା। ଏମିତି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁନୀଲ କୁମାର ସାହୁ। ସେ ଜଣେ ସୁନା ବ୍ୟବସାୟୀ। ଆଜି ଅପରାହ୍ଣ ପ୍ରାୟ ୪ଟାରେ ନିଜ କାର୍‌ ଯୋଗେ ତରଭାରୁ ବରପାଲିକୁ ଯାଉଥିଲେ। କାର୍‌ […]

Victim

Jitendra Garnayak
  • Published: Saturday, 30 October 2021
  • , Updated: 30 October 2021, 06:51 PM IST

ବିନିକ (ଦିଲୀପ କୁମାର ସାହୁ): ବସ୍‌ଷ୍ଟାଣ୍ଡରେ କାର୍ ରଖି ଫଳ କିଣିବା ପାଇଁ ଓହ୍ଲାଇଥିଲେ। ହେଲେ ଫଳ କିଣୁ କିଣୁ ଲୁଟ୍‌ର ଶିକାର ହେଲେ। ଆଖି ପିଛୁଳାକେ ଚାଲିଗଲା ୭ ଲକ୍ଷ ଟଙ୍କା। ଏମିତି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ।

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁନୀଲ କୁମାର ସାହୁ। ସେ ଜଣେ ସୁନା ବ୍ୟବସାୟୀ। ଆଜି ଅପରାହ୍ଣ ପ୍ରାୟ ୪ଟାରେ ନିଜ କାର୍‌ ଯୋଗେ ତରଭାରୁ ବରପାଲିକୁ ଯାଉଥିଲେ। କାର୍‌ ଭିତରେ ବ୍ୟାଗ୍‌ରେ ୧୦୫ ଗ୍ରାମ ସୁନା ଓ ୧.୨ କିଲୋଗ୍ରାମର ରୁପା ଗହଣା ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ରଖିଥିଲେ।

ସେ ବିନିକି ବସ୍‌ଷ୍ଟାଣ୍ଡରେ ଫଳ କିଣିବା ପାଇଁ କାର୍‌ରୁ ଓହ୍ଲାଇଥିଲେ। ତେବେ ସେ କାର୍‌ର କାଚ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଆଉ ସେ ଫଳ କିଣିବା ଭିତରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି କାର୍‌ ଭିତରେ ଥିବା ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍‌କୁ ଆଖି ପିଛୁଳାକେ ନେଇ ଯାଇଥିଲେ।

ସୁନୀଲ ଏନେଇ ବିନିକା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

Related story