କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ୭% ଡିସ୍‌କାଉଣ୍ଟ୍‌

ରାଉରକେଲା(ପବନ ତିୱାରୀ): କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ୭ ପ୍ରତିଶତ ଡିସ୍‌କାଉଣ୍ଟ୍‌। କୋଭିଡ୍‌ ଟିକାକୁ ନେଇ ଲୋକଙ୍କ ମନରେ ଥିବା ଭୟ ଦୂର କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବିର୍ଶାମୁଣ୍ଡା ଛକ୍‌ରେ ଥିବା ‘କେକରୀ ବେକରୀ’ ପକ୍ଷରୁ ଏପରି ଅଫର ଦିଆଯାଇଛି। ଦୋକାନୀଙ୍କ ଏପରି ଅଫର ପରେ ସେଠାରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି। ବିର୍ଶାମୁଣ୍ଡା ଛକ ମେନ୍‌ ରୋଡ୍‌ରେ ରହିଛି ‘କେକରୀ ବେକରୀ’ ଦୋକାନ। ଏଠି ଭେରାଇଟି ବାର୍ଥ ଡେ’ […]

Rourkela

Manoranjan Sial
  • Published: Saturday, 03 July 2021
  • , Updated: 03 July 2021, 10:26 PM IST

ରାଉରକେଲା(ପବନ ତିୱାରୀ): କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ୭ ପ୍ରତିଶତ ଡିସ୍‌କାଉଣ୍ଟ୍‌। କୋଭିଡ୍‌ ଟିକାକୁ ନେଇ ଲୋକଙ୍କ ମନରେ ଥିବା ଭୟ ଦୂର କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବିର୍ଶାମୁଣ୍ଡା ଛକ୍‌ରେ ଥିବା ‘କେକରୀ ବେକରୀ’ ପକ୍ଷରୁ ଏପରି ଅଫର ଦିଆଯାଇଛି। ଦୋକାନୀଙ୍କ ଏପରି ଅଫର ପରେ ସେଠାରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି।

ବିର୍ଶାମୁଣ୍ଡା ଛକ ମେନ୍‌ ରୋଡ୍‌ରେ ରହିଛି ‘କେକରୀ ବେକରୀ’ ଦୋକାନ। ଏଠି ଭେରାଇଟି ବାର୍ଥ ଡେ’ କେକ୍‌ଠାରୁ ଆରମ୍ଭ କରି ବିସ୍କୁଟ, ନମକିନ୍‌ ଜିନିଷ ଓ ବିଭିନ୍ନ ପ୍ରକାର ବ୍ରେଡ୍‌ ବିକ୍ରି ହେଉଛି। କେବଳ ସେତିକି ନୁହେଁ ମିଠା ସାମଗ୍ରୀ ଯଥା- ରସଗୋଲା, ଗୁଲାପଜାମୁନ, ରସମଲାଇ, ପେଡା ଆଦି ମଧ୍ୟ ରହିଛି। ଏଠି ଏବେ ଚାଲିଛି କରୋନା ଅଫର୍‌। ଆପଣ ଯଦି କରୋନା ଟିକାର ପ୍ରଥମ ବା ଦ୍ୱିତୀୟ ଡୋଜ ନେଇଛନ୍ତି, ତାହାହେଲେ ମିଳିବ ୭ ପ୍ରତିଶତ ଅଫର୍‌। ଉକ୍ତ ଦୋକାନରୁ ଯେ କୌଣସି ଜିନିଷ କିଣିଲା ବେଳେ କୋଭିଡ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ଡିସ୍‌କାଉଣ୍ଟ। ରାଉରକେଲା ସହରରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ରହିଥିବାରୁ ଲୋକଙ୍କ ଭିଡ୍‌ ଏଠି ଲାଗୁଛି।

କିଛି ଦିନ ହେଲା ‘କେକରୀ ବେକେରୀ’ ପକ୍ଷରୁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ଲହର ସମୟରେ ରାଉରକେଲା ସହର କରୋନା ପାଇଁ ରେଡ୍‌ ଜୋନରେ ରହିଥିଲା। ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। କେବଳ ସେତିକି ନୁହେଁ, ବହୁ ଲୋକେ ଏଥିରେ ନିଜର ଜୀବନ ମଧ୍ୟ ହରାଇଥିଲେ। ଆଉ ଯେତେବେଳେ ଟିକାକରଣ ଆରମ୍ଭ ହେଲା, ସେତେବେଳେ ଟିକାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟିହେଲା।

ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ‘କେକରୀ ବେକେରୀ’ ପକ୍ଷରୁ ଅଫର ଆରମ୍ଭ ହେଲା। ଟିକା ନେଲେ ଡିସ୍‌କାଉଣ୍ଟ ମିଳିବ ବୋଲି ଘୋଷଣା କରାଗଲା।  ଆଉ ତା’ପରେ ଏବେ ଦୋକାନରେ ଲାଗୁଛି ଭିଡ୍‌। ଲୋକେ ଟିକା ନେଇ ଏଠାରେ ଭାକ୍‌ସିନ୍‌ ସାଟିଫିକେଟ୍‌ ଦେଖାଇ ଡିସ୍‌କାଉଣ୍ଟରେ ଜିନିଷ କିଣି ନେଉଛନ୍ତି।

ଦୋକାନୀ ମାଲିକ ମନଦୀପ ସିଂହ କହିଛନ୍ତି, ଟିକା ନିଅନ୍ତୁ ନିଜେ ସୁସ୍ଥ ରୁହନ୍ତୁ ଓ ଦେଶକୁ ସୁସ୍ଥ ରଖାନ୍ତୁ। କେବଳ ସେତିକି ନୁହେଁ ଭ୍ୟାକସିନ୍‌ ସାଟିଫିକେଟ୍‌ ଦେଖାଇ ୭ ପ୍ରତିଶତର ଡିସ୍‌କାଉଣ୍ଟ ନିଅନ୍ତୁ ବୋଲି ସେ କହିଛନ୍ତି।

Related story