ସାପ କାମୁଡ଼ାରେ ନାବାଳିକା ମୃତ

ତେଲକୋଇ (ଓଡ଼ିଶା ରିପୋର୍ଟର): ଘର ବାରଣ୍ଡାରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଆବାହାଳ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ଲିକିତା ଅଟି। ତାଙ୍କୁ ୭ ବର୍ଷ ହୋଇଥିଲା। ଲିକିତା କିଛି ଦିନ ତଳେ ତାଙ୍କ ମା’ଙ୍କ ସହିତ ମାମୁ ଘର ଶିରିଆବାହାଳ ଗାଁକୁ ଆସିଥିଲେ। ଗତକାଲି ଲାଇନ୍‌ କଟି ଯିବାରୁ ମା’ଙ୍କ ସହ ଘର ବାରଣ୍ଡାରେ  […]

snake-3

Tapaswini Nayak
  • Published: Thursday, 09 June 2022
  • , Updated: 09 June 2022, 02:00 PM IST

ତେଲକୋଇ (ଓଡ଼ିଶା ରିପୋର୍ଟର): ଘର ବାରଣ୍ଡାରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଆବାହାଳ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ଲିକିତା ଅଟି। ତାଙ୍କୁ ୭ ବର୍ଷ ହୋଇଥିଲା।

ଲିକିତା କିଛି ଦିନ ତଳେ ତାଙ୍କ ମା’ଙ୍କ ସହିତ ମାମୁ ଘର ଶିରିଆବାହାଳ ଗାଁକୁ ଆସିଥିଲେ। ଗତକାଲି ଲାଇନ୍‌ କଟି ଯିବାରୁ ମା’ଙ୍କ ସହ ଘର ବାରଣ୍ଡାରେ  ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ଲିକିତାଙ୍କ ବାମ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଆଜି ସକାଳେ ଲିକିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର  ହେବାରୁ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ସପ୍ତାହ ମଧ୍ୟରେ ତେଲକୋଇ ଥାନା ଅଞ୍ଚଳରେ ସାପ କାମୁଡ଼ାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ହାତୀଙ୍କୁ ସୁରକ୍ଷା ଦେବା ଆଳ କରି ରାତି ୨ ଟାରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି। ଅସ୍ୟହ ଗରମ ହେଉଥିବାରୁ ଲୋକେ ବାହାରେ ଶୋଉଛନ୍ତି। ବାହାରେ ଶୋଇବା ଯୋଗୁ ସାପ କାମୁଡ଼ି ଦେଉଥିବା ଗ୍ରାମବାସୀ କହିଛନ୍ତି।

 

Related story