ଗାଡ଼ି ଆଗରେ ଜଗନ୍ନାଥଙ୍କ ଚିତ୍ର, ପଛରେ ମା’ଙ୍କ ଆଶୀର୍ବାଦ ଲେଖା; ଭିତରେ ନିର୍ଦ୍ଦୟ ଭାବେ ବନ୍ଧା ହୋଇଥିଲେ ୭୦ ଗୋରୁ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଗାଡ଼ି ଆଗରେ ଜଗନ୍ନାଥଙ୍କ ବିରାଟ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ଦୃଶ୍ୟ ଏମିତି ଯେ, ସିଧାସଳଖ ଦେଖାଇବା ବି ସମ୍ଭବ ନୁହେଁ। ହେଲେ ହିନ୍ଦୁ ଧର୍ମର ଆରାଧ୍ୟ ଠାକୁରଙ୍କ ଚିତ୍ରକୁ ବ୍ୟବହାର କରି ସମସ୍ତଙ୍କୁୁ ଚକମା ଦେବାକୁ ଯାଇ ଗତ ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିଲା। […]

truck

  • Published: Saturday, 17 September 2022
  • , Updated: 17 September 2022, 09:14 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଗାଡ଼ି ଆଗରେ ଜଗନ୍ନାଥଙ୍କ ବିରାଟ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ଦୃଶ୍ୟ ଏମିତି ଯେ, ସିଧାସଳଖ ଦେଖାଇବା ବି ସମ୍ଭବ ନୁହେଁ। ହେଲେ ହିନ୍ଦୁ ଧର୍ମର ଆରାଧ୍ୟ ଠାକୁରଙ୍କ ଚିତ୍ରକୁ ବ୍ୟବହାର କରି ସମସ୍ତଙ୍କୁୁ ଚକମା ଦେବାକୁ ଯାଇ ଗତ ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିଲା। କିଛି ଅଣହିନ୍ଦୁ କାର୍ଯ୍ୟରେ ଲିପ୍ତ ଥିଲେ। ଗୋସେବକଙ୍କ ସହଯୋଗ କ୍ରମେ ପୁଲିସ ଏହି ଗାଡ଼ିକୁ ଜବତ କରିଥିଲା। ଏ ପର୍ଯ୍ୟନ୍ତ ପୁଲିସ ଗୋରୁଙ୍କ ସୁରକ୍ଷା ନିମନ୍ତେ କୌଣସି ପଦକ୍ଷେପ ନ ନେବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନା ମୁତାବକ, ୧୪ ତାରିଖରେ ଗୋରୁ ଚାଲାଣ ନେଇ ଖବର ପହଞ୍ଚି ଯାଇଥିଲା ଖୋର୍ଦ୍ଧା ଜିଲ୍ଲାର ଗୋସେବକଙ୍କ ପାଖରେ। ତୁରନ୍ତ ଗୋସେବକମାନେ ବାଘମାରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଗୋଚାଲାଣ ହେଉଥିବା କଣ୍ଟେନରକୁ ଜବତ କରିଥିଲା। ତାହା ଭିତରେ ଥିବା ୭୦ ଗୋରୁଙ୍କୁ ଉଦ୍ଧାର କରି ଖୋଦ୍ଧା ଏଲ୍ଇଆସି ଅଫିସ୍ ନିକଟ ଏ ଖେଳ ପଡ଼ିଆରେ ଗୋସେବକଙ୍କ ଜିମା ଦେଲା। ହେଲେ ତା ପରଠୁ ପୁଲିସର ଦେଖା ଦର୍ଶନ ନାହିଁ। ଦୟନୀୟ ସ୍ଥିତିରେ ଥିବା ଏତେ ସଂଖ୍ୟକ ଗୋରୁ କୁଆଡ଼େ ଯିବେ, କଣ ଖାଇବେ ସେ ନେଇ କିଛି ପଦକ୍ଷେପ ନାହିଁ। ଯାହାକୁ ନେଇ ପୁଲିସ ଓ ପ୍ରଶାସନର ଗୋସୁରକ୍ଷା ଉପରେ ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ୍। ହେଲେ ଗୋସେବକଙ୍କ ଅଭିଯୋଗ, ଗାଡ଼ି ଜବତ୍ ପରେ ଉଦ୍ଧାର ଗାଈଙ୍କୁ ଗୋଶାଳାକୁ ପଠାଯିବା ନେଇ ପୁଲିସ୍ ନା କିଛି ଉଦ୍ୟମ କରୁଛି, ନା ଗୋସେବକଙ୍କୁ ଏଦିଗରେ କୌଣସି ସହଯୋଗ କରୁଛି। ତିନିଦିନ ହେଲାଣି ନିଜସ୍ୱ ଉଦ୍ୟମରେ ୭୦ ଗୋରୁଙ୍କୁ ସେମାନେ ଖାଇବାକୁ ଦେଇ ରଖିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ବି ଏଦିଗରେ ପୁଲିସ ଓ ପ୍ରଶାସନର ଭୂମିକାକୁ ନାପସନ୍ଦ କରିଛନ୍ତି।

Related story