ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପହଙ୍ଗା ଶାଖାରୁ ଜମାକାରୀଙ୍କ ୭୦ ଲକ୍ଷରୁ ଅଧିକ ଟଙ୍କା ଗାଏବ

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଜମାକାରୀଙ୍କ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଲୋକେ ବ୍ୟାଙ୍କରେ ପହଞ୍ଚି ହୋହାଲ୍ଲା କରିଥିବା ବେଳେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଚାଷୀ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ମହିଳା ଏସ୍‌ଏଚ୍‌ଜି- ସମସ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରାଯାଇଛି। କାହା ଆକାଉଣ୍ଟରୁ ୧୦ ହଜାର ତ କାହା ଆକାଉଣ୍ଟରୁ ୮ […]

Odisha Gramya Bank Branch

Odisha Gramya Bank Branch

Jitendra Garnayak
  • Published: Tuesday, 24 May 2022
  • Updated: 24 May 2022, 08:13 PM IST

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଜମାକାରୀଙ୍କ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଲୋକେ ବ୍ୟାଙ୍କରେ ପହଞ୍ଚି ହୋହାଲ୍ଲା କରିଥିବା ବେଳେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ଚାଷୀ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ମହିଳା ଏସ୍‌ଏଚ୍‌ଜି- ସମସ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରାଯାଇଛି। କାହା ଆକାଉଣ୍ଟରୁ ୧୦ ହଜାର ତ କାହା ଆକାଉଣ୍ଟରୁ ୮ ଲକ୍ଷ ହଡ଼ପ ହୋଇଛି। ଏବେ ଏ କଥା ସାମ୍ନାକୁ ଆସିବା ପରେ ଲୋକେ ଅଭିଯୋଗ କରିଛନ୍ତି ଯେ ଖାସ୍ ସେଥିପାଇଁ ବୋଧହୁଏ ମାସ ମାସ ଧରି ସେମାନଙ୍କ ପାସ୍‌ବୁକ୍ ଗୁଡ଼ିକୁ ଅପ୍‌ଡେଟ୍ କରୁ ନଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ପଚାରିଲେ କହୁଥିଲେ ଲିଙ୍କ୍ ନାହିଁ କିମ୍ବା ମେସିନ୍ ଖରାପ ଅଛି।

ଏହି ଘଟଣା ପାଇଁ ଏଠାରେ ପୂର୍ବରୁ କ୍ୟାସିୟର ଥିବା ବଂଶୀଧର ମାଝୀଙ୍କୁ ଦାୟୀ କରାଯାଉଛି। ତେବେ ବ୍ୟାଙ୍କର ସମସ୍ତ କର୍ମଚାରୀ ଏହି ଘୋଟାଲ ପଛରେ ରହିଛନ୍ତି ବୋଲି ଜମାକାରୀ ଅଭିଯୋଗ କରିଛନ୍ତି। କ୍ୟାସିୟର ବଂଶୀଧର ମାଝୀଙ୍କୁ କିଛି ଦିନ ତଳେ ବଦଳି କରାଯାଇଥିଲା। ସେ ବଦଳି ହୋଇଯିବା ପରେ ନୂଆ କ୍ୟାସିୟର ଆସିବା ପରେ ଏସବୁ କଥା ଧରାପଡ଼ିଛି।

ଧରଣୀଧର ମହାରଣା ନାମକ ଜଣେ ଜମାକାରୀ କହିଛନ୍ତି, ମୁଁ ଏପ୍ରିଲ ମାସରେ ୨୫ ହଜାର ଟଙ୍କା ଡିପୋଜିଟ୍ କରିଥିଲି। ଟଙ୍କା ଡିପୋଜିଟ୍ କରିଛି ବୋଲି ରସିଦ୍ ମିଳିଛି, କିନ୍ତୁ ଆକାଉଣ୍ଟକୁ ଟଙ୍କା ଯାଇନି। ମୁଁ ଏ ବିଷୟରେ ପଚାରିଥିଲି। ଲିଙ୍କ୍ ନାହିଁ ବୋଲି ମୋତେ କୁହାଯାଇଥିଲା। ଟଙ୍କା ଖାତାକୁ ପଳେଇବ ବୋଲି କହିଥିଲେ। ସେହିଭଳି ମେସିନ୍ ଖରାପ ଥିବାରୁ ପାସ୍‌ବୁକ୍ ଅପ୍‌ଡେଟ୍ ହୋଇପାରୁନି ବୋଲି କହିଥିଲେ। ସେ କ୍ୟାସିୟର ମାଝୀ ବାବୁ ଏମିତି କହି ମୋତେ ବାରମ୍ବାର ଦୌଡ଼ାଇଥିଲେ। ଆଜି ଯେତେବେଳେ ପାସ୍‌ବୁକ୍ ଅପ୍‌ଡେଟ୍ କରାଗଲା ମୋ ଆକାଉଣ୍ଟକୁ ଟଙ୍କା ଯାଇନାହିଁ ବୋଲି ଜଣାପଡ଼ିଲା। କିନ୍ତୁ ମୁଁ ବ୍ୟାଙ୍କକୁ ଟଙ୍କା ଦେଇଥିବା ନେଇ ମୋ ପାଖରେ ସ୍ଲିପ୍ ଅଛି। ମ୍ୟାନେଜର କହିଲେ ଅଭିଯୋଗ ଲେଖିକି ଯାଅ, ବ୍ୟବସ୍ଥା କରାଯିବ।

ସେହିଭଳି ଆଉ ଜଣେ ଜମାକାରୀ ଅଜୟ ରାଉତ କହିଛନ୍ତି, ଯେତେବେଳେ ମୁଁ ଏଠାକୁ ଟଙ୍କା ଜମା କରିବାକୁ ଆସେ କ୍ୟାସିୟର ମୋତେ ଗୋଟିଏ ସ୍ଲିପ୍ ଧରାଇ ଦିଅନ୍ତି। ମୁଁ ପାସ୍‌ବୁକ୍ ଅପ୍‌ଡେଟ୍‌ କରିବାକୁ କହେ। ସେ କୁହନ୍ତି ମେସିନ ଖରାପ। ଅନ୍ୟ କର୍ମଚାରୀଙ୍କୁ ପଚାରିଲେ ସେମାନେ ବି କହନ୍ତି ମେସିନ ଖରାପ। ମ୍ୟାନେଜରଙ୍କୁ ଏ ବିଷୟରେ ପଚାରିଛି। ସେ ବି କହଛନ୍ତି ମେସିନ୍ ଖରାପ ଥିବାରୁ ପାସ୍‌ବୁକ୍ ଅପ୍‌ଡେଟ୍ ହୋଇପାରୁନି। ଗତକାଲି ମେଡିକାଲ୍ କେସ୍ ପଡ଼ିବାରୁ ଆକାଉଣ୍ଟ ଚେକ୍ କରିବାରୁ ମାତ୍ର ୨୮ଶହ ଟଙ୍କା ଥିବା ଜାଣିଲି। ମୁଁ ୮ ଲକ୍ଷ ୭ ହଜାର ୮୦୦ ଟଙ୍କା ଜମା କରିଥିଲି। କିନ୍ତୁ ଆକାଉଣ୍ଟରେ ମାତ୍ର ୨୮ ଶହ ଟଙ୍କା ଅଛି। ଆମେ କେମିତି ଆମ ଟଙ୍କା ଫେରି ପାଇବୁ ସେଥିପାଇଁ ଦାବି କରୁଛୁ।

ଏହି ଘଟଣା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପହଙ୍ଗା ଶାଖା ମ୍ୟାନେଜର ସୁବ୍ରତ ଲୋହାଙ୍କୁ ମଧ୍ୟ ଦାୟୀ କରାଯାଉଥିବା ବେଳେ ସେ କହିଛନ୍ତି ଯେ ଜଣଙ୍କ ପାଇଁ ସମସ୍ତଙ୍କୁ ବଦନାମ କରିବା ଠିକ୍ ନୁହେଁ। ତେବେ ତାଙ୍କ ତରଫରୁ ଆଉ ଟିକେ ନିଘା ରଖାଯାଇଥିଲେ, ଏମିତି ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥା’ନ୍ତା ବୋଲି ସେ ସ୍ୱୀକାର କରିଛନ୍ତି।

ବ୍ୟାଙ୍କର କଟକ ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଯତୀନ୍ଦ୍ରନାଥ ଷଡ଼ଙ୍ଗୀ କହିଛନ୍ତି, ଗତକାଲି ମ୍ୟାନେଜର ଆମକୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଆମେ ତଦନ୍ତ କରୁଛୁ। କାହା ଆକାଉଣ୍ଟରୁ କେତେ ଟଙ୍କା ଯାଇଛି, ସେସବୁ ବିଷୟରେ ତଦନ୍ତ କରାଯାଉଛି। ଲୋକେ ନ୍ୟାୟ ପାଇବେ ବୋଲି ଆମେ ଭରସା ଦେଇଛୁ। ଯିଏ ଏ କାମ କରିଛି ନିଶ୍ଚିତ ଦଣ୍ତ ପାଇବେ। ସେହିଭଳି ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ, ତା’ର ବି ତଦନ୍ତ ହେବ। କେତେ ଟଙ୍କା ହଡ଼ପ ହୋଇଛି, ତାହା ମଧ୍ୟ ତଦନ୍ତ ପରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story