ମାଲକାନଗିରି: କୃମି ଔଷଧ ଖାଇ ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍‌ଭି-୩୬, ଏମ୍‌ଭି-୭୨ ଓ ତେନ୍ତୁଳିଗୁଡା ସମେତ ଅନ୍ୟ କିଛି ସ୍କୁଲରେ କୃମି ଔଷଧ ଖାଇ ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ କାଲିମେଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଏହି ଅଞ୍ଚଳର କିଛି ସ୍କୁଲର ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା। ଏହି ଔଷଧ ଖାଇବା ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ମଧ୍ୟ ହୋଇଥିଲା। ଏହାପରେ ପରିବାରବର୍ଗ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣିଥିଲେ। ଛାତ୍ରଛାତ୍ରୀଙ୍କୁ ଚିକିତ୍ସା […]

70-ill

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 03:16 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍‌ଭି-୩୬, ଏମ୍‌ଭି-୭୨ ଓ ତେନ୍ତୁଳିଗୁଡା ସମେତ ଅନ୍ୟ କିଛି ସ୍କୁଲରେ କୃମି ଔଷଧ ଖାଇ ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ କାଲିମେଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ଏହି ଅଞ୍ଚଳର କିଛି ସ୍କୁଲର ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା। ଏହି ଔଷଧ ଖାଇବା ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ମଧ୍ୟ ହୋଇଥିଲା। ଏହାପରେ ପରିବାରବର୍ଗ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣିଥିଲେ।

ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି,“ଗତକାଲି ଜାତୀୟ କୃମି ନାଷକ ଦିବସ ଥିବାରୁ ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲା। ତେନ୍ତୁଳିଗୁଡାରୁ ଜଣେ ପିଲା, ଏମ୍‌ଭି-୭୨ରୁ ୨ ଜଣ, ନାଲାଗୁଣ୍ଠି ଗ୍ରାମପଞ୍ଚାୟତରୁ ୪୮ଜଣ ଓ ଏମ୍‌-୩୬ରୁ କିଛି ପିଲାଙ୍କର ମୁଣ୍ଡ ବୁଲାଇବା ଓ ବାନ୍ତି ଉଠେଇବା ଯୋଗୁଁ ଏଠାକୁ ଚିକିତ୍ସା ପାଇଁ ଆସିଛନ୍ତି।”

Related story