୭୦ ବର୍ଷରେ କରୋନାକୁ ଜିତିଲେ, ହେଲେ ହରାଇଲେ ଝିଅ-ପୁଅଙ୍କୁ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ୭୦ ବର୍ଷ ବୟସରେ କରୋନାକୁ ଜିତିଲେ ରଇବାରୀ ମେହେର। ହେଲେ ହରାଇଲେ ଝିଅ ଓ ପୁଅକୁ। ଗତବର୍ଷ କରୋନାରେ ଜ୍ୱାଇଁ ଚାଲି ଯାଇଥିଲେ, ଏବର୍ଷ ଝିଅ ଓ ପୁଅଙ୍କୁ ହରାଇଲେ। ଏବେ ନାତି-ନାତୁଣୀଙ୍କ ବୋଝ ନିଜ ଉପରେ ମୁଣ୍ଡାଇଛନ୍ତି ରଇବାରୀ। ଜ୍ୱାଇଁ, ଝିଅ ଓ ପୁଅଙ୍କୁ ସିନା ବଞ୍ଚାଇ ପାରିଲେ ନାହିଁ, ନାତି-ନାତୁଣୀଙ୍କ ଜୀବନ ବଞ୍ଚାଇବେ ବୋଲି ସେ ପଣ ନେଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। କଣ୍ଟାମାଲ୍‌ […]

BOUDHA

Manoranjan Sial
  • Published: Monday, 21 June 2021
  • , Updated: 21 June 2021, 06:11 PM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ୭୦ ବର୍ଷ ବୟସରେ କରୋନାକୁ ଜିତିଲେ ରଇବାରୀ ମେହେର। ହେଲେ ହରାଇଲେ ଝିଅ ଓ ପୁଅକୁ। ଗତବର୍ଷ କରୋନାରେ ଜ୍ୱାଇଁ ଚାଲି ଯାଇଥିଲେ, ଏବର୍ଷ ଝିଅ ଓ ପୁଅଙ୍କୁ ହରାଇଲେ। ଏବେ ନାତି-ନାତୁଣୀଙ୍କ ବୋଝ ନିଜ ଉପରେ ମୁଣ୍ଡାଇଛନ୍ତି ରଇବାରୀ। ଜ୍ୱାଇଁ, ଝିଅ ଓ ପୁଅଙ୍କୁ ସିନା ବଞ୍ଚାଇ ପାରିଲେ ନାହିଁ, ନାତି-ନାତୁଣୀଙ୍କ ଜୀବନ ବଞ୍ଚାଇବେ ବୋଲି ସେ ପଣ ନେଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି।

କଣ୍ଟାମାଲ୍‌ ବ୍ଲକ କୁଲିହାପାଲି ଗାଁର ରଇବାରୀ ମେହେର। ବୟସ ୭୦ରୁ ଅଧିକ ହେବ। ଗତବର୍ଷ ସେ ଜ୍ୱାଇଁ ଦୁର୍ଯ୍ୟୋଧର ମେହେରଙ୍କୁ ହରାଇ ଥିଲେ। ମହାମାରୀ କରୋନା ତାଙ୍କ ଝିଅ ମୀରାଙ୍କୁ ବିଧବା କରିଦେଲା। ଆଉ ନାତିକୁ ବାପ ଛେଉଣ୍ଡ କରିଦେଲା। ବାପାଙ୍କ ମୃତ୍ୟୁ ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ନାତି ସୁଧୀର ପାଠ ପଢ଼ାରେ ଡୋରୀ ବାନ୍ଧିଲେ। ଘର ଚଳାଇବାରେ ଅସୁବିଧା ହେବାରୁ ମାଆଙ୍କ ସହିତ ମାମୁ ଘରକୁ ପଳାଇ ଆସିଲେ।

ଗତବର୍ଷ ଜ୍ୱାଇଁଙ୍କୁ ହରାଇଥିଲେ, ଆଉ ଏବର୍ଷ ଝିଅ ମୀରା ଅସୁସ୍ଥ ହୋଇଥିଲେ। ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। କୋଭିଡ୍‌ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କେବଳ ଏତିକିରେ ଦୁଃଖ ସରିନାହିଁ। ରଇବାରୀଙ୍କ ପୁଅ ପ୍ରକାଶ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଝିଅ ମୀରାର ମୃତ୍ୟୁର ୮ ଦିନ ପରେ ପୁଅ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। ଦୁନିଆକୁ ଭଲ କରି ଦେଖିବା ଆଗରୁ ବେସାହାରା ହୋଇଗଲେ ନାତି-ନାତୁଣୀ। ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ସବୁ ବୋଝ ଏବେ ୭୦ ବର୍ଷର ବୃଦ୍ଧା ରଇବାରୀଙ୍କ ଉପରେ।

ସୂଚନାରୁ ପ୍ରକାଶ, ୭୦ ବର୍ଷୀୟା ବୃଦ୍ଧା ରଇବାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଝିଅ ମୀରା ଓ ପ୍ରକାଶ କରୋନାରେ ସଂକ୍ରମିତ ହୋଇଥିଲେ। ହେଲେ ରଇବାରୀ ସିନା କରୋନାକୁ ହରାଇ ଘରକୁ ଫେରିଲେ, ହେଲେ ନିଜର ଝିଅ ଓ ପୁଅକୁ ହରାଇଲେ। ପୁଅ ଚାଲିଯିବା ପରେ ଘରେ ବିଧବା ବୋହୂ ଓ ଦୁଇ ନାତି ନାତୁଣୀଙ୍କୁ ନେଇ ରହୁଛନ୍ତି ରଇବାରୀ। ଏପରି ଦୁଃଖ ସମୟରେ ପୂରା ପରିବାର ଜୀବନ ଜିଇଁବା ପାଇଁ ରାହା ଖୋଜୁଛନ୍ତି।

Related story