ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

କଟକ(ଓଡ଼ିଶା ରିପୋର୍ଟର): ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି। କଟକ ଟାଉନ୍‌ରୁ ଚିହ୍ନଟ ୭୩ କରୋନା ଆକ୍ରାନ୍ତଙ୍କ ଭିତରେ ମାଲଗୋଦାମ ଜାଲୁଆ ସାହିରୁ ୪୩ ଜଣ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 76 new COVID-19 +ve cases reported today in #Cuttack district, 73 +ve cases belong to Cuttack city […]

cuttack

cuttack

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 05:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି। କଟକ ଟାଉନ୍‌ରୁ ଚିହ୍ନଟ ୭୩ କରୋନା ଆକ୍ରାନ୍ତଙ୍କ ଭିତରେ ମାଲଗୋଦାମ ଜାଲୁଆ ସାହିରୁ ୪୩ ଜଣ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1293150179189694465?s=20

ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଜଣଙ୍କ ଭିତରୁ  କେବଳ ଜାଲୁଆ ସାହିରୁ ଚିହ୍ନଟ ହେଲେ ୪୩ ଆକ୍ରାନ୍ତ। ୪୩ ଜଣଙ୍କ ଭିତରେ ୨୩ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। ସେହିପରି ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨, କାଠଗଡ଼ା ସାହିରୁ ୨, ବାଦାମବାଡ଼ିରୁ ୧ ଓ ବିଡ଼ାନାସୀରୁ ୧ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା କଟକ ଟାଉନ୍‌ରେ ୧୭୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୮୭୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos