ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍‌ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଶିକ୍ଷକମାନଙ୍କ ସହିତ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନୂତନ ବେତନ ପାଇବେ। ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ଅଣ-ଶିକ୍ଷକ ଏବଂ ୧୬, […]

Lokaseba Bhaban

Niharika Rout
  • Published: Friday, 31 December 2021
  • , Updated: 31 December 2021, 03:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍‌ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଶିକ୍ଷକମାନଙ୍କ ସହିତ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନୂତନ ବେତନ ପାଇବେ।

ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ଅଣ-ଶିକ୍ଷକ ଏବଂ ୧୬, ୬୬୪ କଲେଜ ଶିକ୍ଷକ ଓ ଅଣ-ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ।

ଅନ୍ୟପକ୍ଷରେ ଆଜି ରାଜ୍ୟ କ୍ୟାବିନେଟ୍‌ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ରାଜ୍ୟର ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବେ ସରକାର। ଏହାଦ୍ୱାରା ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହି ସୂଚନା ଦେବେ।

ସେହିପରି ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି। ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହେବ। ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ ଆଇନରେ ବ୍ୟବସ୍ଥା ରହିଛି। ତା’ସହିତ ଏଣିକି ପଞ୍ଚାୟତ ପ୍ରତିନିଧି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ବି କରିବେ।

Related story