କରୋନା ବେଳେ ଓଡ଼ିଶା ଫେରିଥିଲେ ୮.୫୩ ଲକ୍ଷ ପ୍ରବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ପରିସ୍ଥିତି ମଧ୍ୟରେ ରାଜ୍ୟକୁ ମୋଟ ୮ଲକ୍ଷ ୫୩ହଜାର ୭୭୭ଜଣ ପ୍ରବାସୀ ଫେରିଛନ୍ତି। ତେବେ କେଉଁ ଜିଲ୍ଲାର କେତେ ଶ୍ରମିକ ଓ ପ୍ରବାସୀ ଫେରିଛନ୍ତି ସେ ନେଇ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ଫେରିଥିବା ୮.୫୩ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ କେତେ ଶ୍ରମିକ୍ […]

migrate

Manoranjan Sial
  • Published: Wednesday, 30 September 2020
  • , Updated: 30 September 2020, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ପରିସ୍ଥିତି ମଧ୍ୟରେ ରାଜ୍ୟକୁ ମୋଟ ୮ଲକ୍ଷ ୫୩ହଜାର ୭୭୭ଜଣ ପ୍ରବାସୀ ଫେରିଛନ୍ତି। ତେବେ କେଉଁ ଜିଲ୍ଲାର କେତେ ଶ୍ରମିକ ଓ ପ୍ରବାସୀ ଫେରିଛନ୍ତି ସେ ନେଇ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ଫେରିଥିବା ୮.୫୩ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ କେତେ ଶ୍ରମିକ୍ ରେଜିଷ୍ଟ୍ରେସନ କରିଛନ୍ତି ତାହାର ବ୍ଲକ୍ ଓ ଜିଲ୍ଲାୱାରି ତଥ୍ୟ ସଂଗ୍ରହ କରାଯାଉଛି। ଅନ୍ୟ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର କୌଣସି ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଅନ୍ୟ ରାଜ୍ୟରୁ ଆସିଥିବା ସମସ୍ତ ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ କହିଛନ୍ତି ଯେ, ପ୍ରାୟ ୭.୬୭ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ରଖିବା ନିମନ୍ତେ ଓଡ଼ିଶା ସରକାର ମୋଟ ୧୬୮୨୪ଟି ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ସ୍ଥାପନ କରିଥିଲେ। ଏହି ଟିଏମସିରେ ସଙ୍ଗରୋଧରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

Related story