ରାଜ୍ୟରେ କରୋନା ନେଲା ୮ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୟଙ୍କର ହୋଇ ନିଜ କୋପ ଦେଖାଇ ଚାଲିଛି ମହାମାରୀ।  ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ଆଗକୁ  ଆଗ ମାଡ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ରାଜ୍ୟରେ କରୋନାରେ ୮ ଜଣଙ୍କ ମୃତ୍ୟୁ  ହୋଇଥିବା   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ୮ ମୃତକଙ୍କ ମଧ୍ୟରେ   ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୨  ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଖୋର୍ଦ୍ଧା, […]

corona patient

Niharika Rout
  • Published: Friday, 23 April 2021
  • , Updated: 23 April 2021, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୟଙ୍କର ହୋଇ ନିଜ କୋପ ଦେଖାଇ ଚାଲିଛି ମହାମାରୀ।  ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ଆଗକୁ  ଆଗ ମାଡ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ରାଜ୍ୟରେ କରୋନାରେ ୮ ଜଣଙ୍କ ମୃତ୍ୟୁ  ହୋଇଥିବା   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

୮ ମୃତକଙ୍କ ମଧ୍ୟରେ   ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୨  ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଖୋର୍ଦ୍ଧା, ବାଲେଶ୍ୱର, ବରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩ରେ ପହଞ୍ଚିଲା।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଲମ୍ବ ଡିଆଁ ମାରିଥିବା ବେଳେ ଗତ ୨ ଦିନ ହେଲା ପଜିଟିଭ ସଂଖ୍ୟା ୬ ହଜାର ଉପରେ ରହୁଛି। ଗତକାଲି ରାଜ୍ୟରେ ୬୧୬୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୬୨୧୫ରେ ପହଞ୍ଚିଛି। ସେହିପରି ଗତ ୨ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୧୧୦୦ ପାର୍‌ କରିଦେଇଥିବା ବେଳେ ଆଜି ଏହି ସଂଖ୍ୟା ୯୫୦ ରହିଛି।

Related story