ତାସ୍‌ ଖେଳକୁ ନେଇ ମହାଭାରତ, ବୁଲିଲା ଖଣ୍ଡା

ଛତ୍ରପୁର (ଆଲୋକ ଗୌଡ଼): ତାସ୍ ଖେଳକୁ ନେଇ ହୋଇଛି ମହାଭାରତ। ବୁଲିଛି ଖଣ୍ଡା ଓ ଆହତ ହୋଇଛନ୍ତି ଦୁଇଟି ପରିବାରର ୮ ଜଣ ସଦସ୍ୟ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗାଁରେ। ଗାଁର ବଡ଼ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ଝଗଡ଼ା ହୋଇଥିଲା। କିନ୍ତୁ ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା […]

polasara

Jitendra Garnayak
  • Published: Monday, 14 September 2020
  • , Updated: 14 September 2020, 09:40 AM IST

ଛତ୍ରପୁର (ଆଲୋକ ଗୌଡ଼): ତାସ୍ ଖେଳକୁ ନେଇ ହୋଇଛି ମହାଭାରତ। ବୁଲିଛି ଖଣ୍ଡା ଓ ଆହତ ହୋଇଛନ୍ତି ଦୁଇଟି ପରିବାରର ୮ ଜଣ ସଦସ୍ୟ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗାଁରେ।

ଗାଁର ବଡ଼ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ଝଗଡ଼ା ହୋଇଥିଲା। କିନ୍ତୁ ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା ଓ ଏଥିରେ ସାମିଲ ହୋଇଥିଲେ ଉଭୟଙ୍କ ପରିବାର ଲୋକେ। ଖଣ୍ଡା ଓ ଠେଙ୍ଗାରେ ସେମାନେ ପରସ୍ପରକୁ ଆକ୍ରମଣ କରିଥିଲେ।

ଏହି ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଥିବା ୩ ଜଣଙ୍କୁ ପୋଲସରାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୋଲସରା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Related story