ବୋଲେରୋ-ବାଇକ୍ ଧକ୍କା, ୮ ଛାତ୍ରୀ ଗୁରୁତର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ଅଞ୍ଚଳରେ। ଆହତ ଛାତ୍ରୀମାନେ ତରଭା ବ୍ଲକ୍‌ ଜାମକାନୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଢ଼ନ୍ତି। ହଷ୍ଟେଲ କିମ୍ୱା ସ୍କୁଲ୍ ବସ୍‌ର ବ୍ୟବସ୍ଥା ନଥିବାରୁ ଏହି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ବୋଲେରୋ ଓ ଅନ୍ୟାନ୍ୟ ଗାଡ଼ି ଭଡ଼ା କରି ପ୍ରତିଦିନ ପାଠ ପଢ଼ିବାକୁ ଯାଆନ୍ତି। ଆଜି ସ୍କୁଲ ଛୁଟି […]

Victim

Jitendra Garnayak
  • Published: Tuesday, 29 March 2022
  • , Updated: 29 March 2022, 07:40 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ଅଞ୍ଚଳରେ।

ଆହତ ଛାତ୍ରୀମାନେ ତରଭା ବ୍ଲକ୍‌ ଜାମକାନୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଢ଼ନ୍ତି। ହଷ୍ଟେଲ କିମ୍ୱା ସ୍କୁଲ୍ ବସ୍‌ର ବ୍ୟବସ୍ଥା ନଥିବାରୁ ଏହି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ବୋଲେରୋ ଓ ଅନ୍ୟାନ୍ୟ ଗାଡ଼ି ଭଡ଼ା କରି ପ୍ରତିଦିନ ପାଠ ପଢ଼ିବାକୁ ଯାଆନ୍ତି।

ଆଜି ସ୍କୁଲ ଛୁଟି ହେବା ପରେ ମେଣ୍ଡା ଅଞ୍ଚଳର ୧୨ ଜଣ ଛାତ୍ରଛାତ୍ରୀ ବୋଲେରୋରେ ଗାଁକୁ ଫେରୁଥିଲେ। ତେବେ ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକ ଠାରେ ଏକ ବାଇକ ସହିତ ଧକ୍କା ହେବା ପରେ ବୋଲେରୋଟି ଓଲଟି ପଡ଼ିଥିଲା।

ବୋଲେରୋରେ ୧୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୮ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଛାତ୍ରୀଙ୍କ ହାତଗୋଡ଼ ଭାଙ୍ଗିଛି। ବୋଲେରୋ ଡ୍ରାଇଭର ଓ ବାଇକ ଚାଳକ ମଧ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ତରଭା ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story