୮ ଲେନ୍ ହେବ ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏବେ ଥିବା ରାସ୍ତାକୁ ସମ୍ପ୍ରସାରଣ କରି ଏହି ଲେନ୍ ସଂଖ୍ୟା ବୃଦ୍ଧି କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ କଳିଙ୍ଗ ହସ୍ପିଟାଲ ଛକ ଓ ଡ଼ମଣା ଛକ ନିକଟରେ ଦୁଇଟି ଫ୍ଲାଏଓଭର ମଧ୍ୟ ନିର୍ମାଣ ହେବ। ମିଳିଥିବା ସୂଚନା ଅନୁସାରେ ରାଜ୍ୟ […]

jay-dev-vihar-an

Manoranjan Sial
  • Published: Wednesday, 26 August 2020
  • , Updated: 26 August 2020, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏବେ ଥିବା ରାସ୍ତାକୁ ସମ୍ପ୍ରସାରଣ କରି ଏହି ଲେନ୍ ସଂଖ୍ୟା ବୃଦ୍ଧି କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ କଳିଙ୍ଗ ହସ୍ପିଟାଲ ଛକ ଓ ଡ଼ମଣା ଛକ ନିକଟରେ ଦୁଇଟି ଫ୍ଲାଏଓଭର ମଧ୍ୟ ନିର୍ମାଣ ହେବ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପୂର୍ତ୍ତ ବିଭାଗ ଏନେଇ ପ୍ରାରମ୍ଭିକ ପଦକ୍ଷେପ ନେଇଛି। ଡିପିଆଇଆଣ୍ଡ ରୋଡ୍ ମୁଖ୍ୟଯନ୍ତ୍ରୀଙ୍କୁ ଏନେଇ ଆବଶ୍ୟକ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଛି। ମେସର୍ସ ଆର୍କିଟେକ୍ନୋ କନ୍ସଲାଟନ୍ସୀ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଏହି କାର୍ଯ୍ୟ ନିମନ୍ତେ ଡିପିଆର ପ୍ରସ୍ତୁତ କରିବ। ଏଥିପାଇଁ କମ୍ପାନୀ ୧୩.୨୦ଲକ୍ଷ ଟଙ୍କା ନେବ।

ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏକେ ପାଢ଼ୀ ଏହି ରାସ୍ତାକୁ ୮ ଲେନ୍ ସହ ଦୁଇଟି ଫ୍ଲାଏଓଭର ନିମନ୍ତେ ଡିପିଆର ପ୍ରସ୍ତୁତିକୁ ଅଗଷ୍ଟ ୨୪ତାରିଖରେ ଅନୁମୋଦନ କରିଛନ୍ତି। ଏନେଇ ବିଧିବଦ୍ଧ ଭାବେ ଡିପିଆଇଆଣ୍ଡ ରୋଡଙ୍କୁ ଶ୍ରୀ ପାଢ଼ୀ ମଧ୍ୟ ଅବଗତ କରିଛନ୍ତି। ଏହି ରାସ୍ତାର ସମ୍ପ୍ରସାରଣ ସହ କଳିଙ୍ଗ ହସ୍ପିଟାଲ ଓ ଡମଣା ଛକରେ ଫ୍ଲାଏଓଭର ନିର୍ମାଣ ପାଇଁ ଡିପିଆରଆଣ୍ଡ ରୋଡର ମୁଖ୍ୟଯନ୍ତ୍ରୀ ଚଳିତବର୍ଷ ଜାନୁୟାରୀ ୨୮ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଆବଶ୍ୟକ ଡିପିଆର ପ୍ରସ୍ତୁତ ନିମନ୍ତେ ଅନୁମତି ମାଗିଥିଲେ।

Related story