ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ୮ ମନ୍ତ୍ରୀ, ୧୦ରୁ ଅଧିକ ବିଧାୟକ ଓ ସାଂସଦ ଡେରା ପକାଇଛନ୍ତି। ଏମାନେ ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। ଆଉ ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନାକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି।
ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଡା ଜନଜାତିର ଶୁକ୍ରୀ ଧଡଙ୍ଗଡ଼ା ମାଝିଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରି ଯୋଜନା ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ପାଇଁ ଆଜି ୮ ଜଣ ମନ୍ତ୍ରୀ, ୧୦ରୁ ଅଧିକ ବିଧାୟକ ଓ ସାଂସଦ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରୁଛନ୍ତି।
https://twitter.com/dr_arunsahoo/status/1428977930890219520?s=20
ଖାଇରପୁଟ ବ୍ଲକ୍ରେ ବଣ୍ଡା ଜନଜାତିଙ୍କ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଲୋପମୁଦ୍ର ବକ୍ସିପାତ୍ର। ଅନୁରୂପ ଭାବେ କାଲିମେଳା ବ୍ଲକରେ ମନ୍ତ୍ରୀ ଜଗନ୍ନାଥ ସାର୍କ ଓ ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡାରେ ତୁସରକାନ୍ତି ବେହେରା, ମାଥିଲିରେ ଅରୁଣ ସାହୁ, ପଡ଼ିଆରେ ନବ କିଶୋର ଦାସ, ମାଲକାନଗିରିରେ ପଦ୍ମନାଭ ଭେହେରା, କରୁକୋଣ୍ଡାରେ ପଦ୍ମିନୀ ଦିଆନ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି। ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।