ଆଠ ବର୍ଷର ଭାଇକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଏକ ଆଠ ବର୍ଷର ବାଳକକୁ ତା’ ସଂପର୍କୀୟ ଭାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁରେ ଘଟିଛି ଏହି ଘଟଣା। ମୃତ ବାଳକର ନାଁ ପରମେଶ୍ୱର ଗହୀର। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜିତେନ ପୋଢ଼ ଆଜି ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧନପଦ ଗହୀର (ପରମେଶ୍ୱରଙ୍କ ବଡ଼ବାପାଙ୍କ ପୁଅ)ଙ୍କୁ ଗାଁ ଭିତରେ ବଡ଼ିରେ ପ୍ରବଳ ମାଡ଼ ମାରିଥିଲା। […]

dead body

Jitendra Garnayak
  • Published: Thursday, 20 May 2021
  • , Updated: 20 May 2021, 02:44 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଏକ ଆଠ ବର୍ଷର ବାଳକକୁ ତା’ ସଂପର୍କୀୟ ଭାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁରେ ଘଟିଛି ଏହି ଘଟଣା। ମୃତ ବାଳକର ନାଁ ପରମେଶ୍ୱର ଗହୀର।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜିତେନ ପୋଢ଼ ଆଜି ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧନପଦ ଗହୀର (ପରମେଶ୍ୱରଙ୍କ ବଡ଼ବାପାଙ୍କ ପୁଅ)ଙ୍କୁ ଗାଁ ଭିତରେ ବଡ଼ିରେ ପ୍ରବଳ ମାଡ଼ ମାରିଥିଲା। ମୁଣ୍ଡ ଫାଟି ଯିବା ପରେ ଧନପଦ ଦୌଡ଼ି ସେଠାରୁ ପଳାଇଥିଲେ। ତେବେ ଜିତେନର ରାଗ ପଞ୍ଚମରେ ଥିଲା। ସେ ସେଠାରେ ଏକ ଗଛ ମୂଳରେ ଟୋଲ ଗୋଟାଉ ଥିବା ପରମେଶ୍ୱର ଗହୀରକୁ ମାରିବାକୁ ଗୋଡ଼ାଇ ଥିଲା। ପରମେଶ୍ୱରକୁ ସେ ଗୋଡ଼ାଇ ଗୋଡ଼ାଇ କ୍ଷେତ ଭିତରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ପରମେଶ୍ୱରର ମୃତ୍ୟୁ ଘଟିଥିଲା।

ପରମେଶ୍ୱର ଗାଁର ଜୟୀରାମ ଗହୀରଙ୍କ ପୁଅ ଥିଲେ। ଜୟୀରାମ ଅଭିଯୁକ୍ତ ଜିତେନର ସଂପର୍କୀୟ କାକା ହେବେ।

ଖବର ପାଇ ଘଟଣାସ୍ଥଳରେ ତୁରେକେଲା ଥାନା ପୁଲିସ ପହଞ୍ଚିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଜିତେନକୁ ଅଟକ ମଧ୍ୟ ରଖିଛି। ନିର୍ଦ୍ଦିଷ୍ଟ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ତୁରେଇକେଲା ଥାନା ଏସ୍‌ଆଇ ଦୀପକ ଡୁଙ୍ଗଡୁଙ୍ଗ।

Related story