ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରେକର୍ଡ ସଂଖ୍ୟା ୮୦୮ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୫୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1286647185799438336?s=20
ଆଜି ସୁସ୍ଥ ହୋଇଥିବା ୮୦୮ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ ଅଛନ୍ତି। ସେହିପରି ରାୟଗଡ଼ାରୁ ୬୧, କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୧୯, ବରଗଡ଼ରୁ ୮, ଭଦ୍ରକରୁ ୧୮, ବୌଦ୍ଧରୁ ୮, ଝାରସୁଗୁଡ଼ାରୁ ୭, ଜଗତସିଂହପୁରରୁ ୭, କେନ୍ଦ୍ରାପଡ଼ାରୁ ୭, କେନ୍ଦୁଝରରୁ ୭, ସମ୍ୱଲପୁରରୁ ୫, ନବରଙ୍ଗପୁରରୁ ୪, ସୁନ୍ଦରଗଡ଼ରୁ ୩, ଅନୁଗୋଳରୁ ୨, ଯାଜପୁରରୁ ୨, ପୁରୀରୁ ୨, କୋରାପୁଟରୁ ଜଣେ ଓ ନୟାଗଡ଼ାରୁ ଜଣେ ଆରୋଗ୍ୟ ହୋଇଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ୨୨୬୯୩ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୨୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୯୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।