ଚିକିତ୍ସା ପାଇଁ ସଂଚିତ ଅର୍ଥକୁ ଖର୍ଚ୍ଚ କରୁଛନ୍ତି ଗ୍ରାମାଂଚଳର ୮୪% ଲୋକ

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଓ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛିି ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ୁଥିଲେ ମଧ୍ୟ ୭୫ତମ ରାଉଣ୍ଡ ଜାତୀୟ ନମୂନା ସର୍ଭେ(ଏନଏସଏସ)ର ରିପୋର୍ଟ ରାଜ୍ୟ ସରକାରଙ୍କ ବାସ୍ତବ ଚେହେରାକୁ ପଦାରେ ପକାଇଛି। ସଦ୍ୟ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ନିଜର ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟର ଗ୍ରାମାଂଚଳର ୮୪ ପ୍ରତିଶତ ଲୋକ ଓ ସହରାଂଚଳର ୮୬.୭% ଲୋକ ନିଜର ସଂଚିତ ଅର୍ଥକୁ ଖର୍ଚ୍ଚ କରିଥାନ୍ତି। ସେହିପରି […]

news-5-nss

news-5-nss

Tapas Behera
  • Published: Saturday, 29 August 2020
  • Updated: 29 August 2020, 09:07 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଓ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛିି ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ୁଥିଲେ ମଧ୍ୟ ୭୫ତମ ରାଉଣ୍ଡ ଜାତୀୟ ନମୂନା ସର୍ଭେ(ଏନଏସଏସ)ର ରିପୋର୍ଟ ରାଜ୍ୟ ସରକାରଙ୍କ ବାସ୍ତବ ଚେହେରାକୁ ପଦାରେ ପକାଇଛି।

ସଦ୍ୟ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ନିଜର ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟର ଗ୍ରାମାଂଚଳର ୮୪ ପ୍ରତିଶତ ଲୋକ ଓ ସହରାଂଚଳର ୮୬.୭% ଲୋକ ନିଜର ସଂଚିତ ଅର୍ଥକୁ ଖର୍ଚ୍ଚ କରିଥାନ୍ତି। ସେହିପରି ଗାଁର ୧୨.୮% ଓ ସହରାଂଚଳର ୮.୯ ଲୋକ ଧାରଉଧାର କରି ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି । ଗ୍ରାମାଂଚଳର ୦.୮ ପ୍ରତିଶତ ଲୋକ ନିଜର ସମ୍ପତ୍ତି ବିକ୍ରି କରି ଚିକିତ୍ସା ହୋଇଥାନ୍ତି। ଗାଁର ଅନ୍ୟ ୧.୩ ପ୍ରତିଶତ ଲୋକ ବନ୍ଧୁବାନ୍ଧବଙ୍କ ସହଯୋଗ ଓ ୧ ପ୍ରତିଶତ ଲୋକ ଅନ୍ୟ ସୂତ୍ରରୁ ଖର୍ଚ୍ଚ କରିଥାନ୍ତି। ସେହିପରି ସହରାଂଚଳର ୩.୯% ଲୋକ ବନ୍ଧୁବାନ୍ଧବଙ୍କଠୁ ଓ ୦.୫% ଅନ୍ୟ ସୂତ୍ରରୁ ଅର୍ଥ ଆଣି ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ୭୫ତମ ରାଉଣ୍ଡ ଏନଏସଏସ ସର୍ଭେ ୨୦୧୭ ଜୁଲାଇରୁ ୨୦୧୮ ଜୁନ୍ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସର୍ଭେ ଅବଧିବେଳେ ରାଜ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସବିୱାଇ)ରେ ୪୪.୦୮ଲକ୍ଷ ପରିବାର ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୫ଲକ୍ଷ ପରିବାରକୁ ବୀମା ସୁବିଧା ଯୋଗାଇ ଦିଆଯାଉଥିଲା। ତା’ସତ୍ତ୍ୱେ ରାଜ୍ୟର ଲୋକମାନେ ନିଜର ଚିକିତ୍ସା ଖର୍ଚ୍ଚ ନିମନ୍ତେ କିଭଳି ସଂଚିତ ଅର୍ଥକୁ ଖର୍ଚ୍ଚ କରିଥାନ୍ତି  ସେ ସମ୍ପର୍କରେ ସର୍ଭେରୁ ସ୍ପଷ୍ଟ ଜଣାପଡ଼ିଛି । ଯଦିଓ ୨୦୧୮ ଅଗଷ୍ଟ ୧୫ତାରିଖରେ ଓଡ଼ିଶାରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହୋଇ ସମସ୍ତ ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସାକୁ ମାଗଣା କରାଗଲା ଓ ପ୍ରାୟ ୭୦ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଭାବେ ଘରୋଇ ହସ୍ପିଟାଲରେ ୫ରୁ ୧୦ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କୁହାଯାଇଛି। ମାତ୍ର ରାଜ୍ୟର ପ୍ରାୟ ୬୯ଲକ୍ଷ ପରିବାରଙ୍କର ସ୍ୱାସ୍ଥ୍ୟବୀମା ଥିବା ସତ୍ତ୍ୱେ ୨୦୧୭ ଜୁଲାଇରୁ ୨୦୧୮ ଜୁନ୍ ମାସ ମଧ୍ୟରେ ହୋଇଥିବା ସର୍ଭେ ରିପୋର୍ଟ ନିଶ୍ଚିତ ଭାବେ ଉଦବେଗଜନକ ଓ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଣର ଅସଲ ଚେହେରା ପଦାରେ ପକାଇଛି। ଏହି ସର୍ଭେ ହୋଇଥିବା ଅବଧିବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍ପିଟାଲରେ ସବୁ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷାକୁ ମାଗଣା କରାଇଥିଲେ।

ସେହିପରି ଜନ୍ମରୁ ୭୧ମାସ ଶିଶୁଙ୍କର ସମ୍ପୂର୍ଣ୍ଣ ଟୀକାକରଣ କରିବାରେ ସରକାର ବିଫଳ ହୋଇଛନ୍ତି। ୦ରୁ ୭୧ମାସ ପର୍ଯ୍ୟନ୍ତ ଶିଶୁଙ୍କର ମାତ୍ର ୭୩.୮ପ୍ରତିଶତ ଟୀକାକରଣ ହୋଇଛି। ଏପରିକି ୦ରୁ ୧୧ମାସ ମଧ୍ୟରେ ମାତ୍ର ୨୯.୫ ପ୍ରତିଶତ ଶିଶୁଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହେଉଥିବା ଜାତୀୟ ନମୂନା ସର୍ଭେ(ଏନଏସଏସ)ର ୭୫ତମ ରାଉଣ୍ଡରେ ଦର୍ଶାଯାଇଛି।
କୋଭିଡ୍ ମହାମାରୀ ସଂକ୍ରମଣ ମଧ୍ୟରେ ଜୁଲାଇ ମାସରେ ପ୍ରକାଶ ପାଇଥିବା ଏହି ଶେଷ ତଥା ୭୫ତମ ରାଉଣ୍ଡ ଏନଏସଏସଓ ରିପୋର୍ଟ ୬ରୁ ୧୧ମାସ ମଧ୍ୟରେ ୨୯.୫% ଶିଶୁ, ୧୨ରୁ ୨୩ମାସ ମଧ୍ୟରେ ୭୭.୭% ଶିଶୁ, ୨୪ରୁ ୩୫ମାସ ମଧ୍ୟରେ ୮୨%, ୩୬ରୁ ୪୭ମାସ ମଧ୍ୟରେ ୯୩.୧%, ୪୮ରୁ ୫୯ମାସ ମଧ୍ୟରେ ୭୭୮.୮% ଓ ୬୦ରୁ ୭୧ମାସ ମଧ୍ୟରେ ୯୧.୯ ପ୍ରତିଶତ ଶିଶୁଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଛି ବୋଲି ଏନଏସଏସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିପରି ରାଜ୍ୟର ପ୍ରତି ଏକ ଲକ୍ଷ ଲୋକରେ ୦ରୁ ୪ବର୍ଷ ବୟସର ୩୧%, ୫ରୁ ୧୪ବର୍ଷ ବୟସର ୧୪%, ୧୫ରୁ ୨୯ ବର୍ଷର ୨୩%, ୩୦ରୁ ୪୯ବର୍ଷର ୩୩ପ୍ରତିଶତ, ୪୫ରୁ ୫୯ବର୍ଷର ୫୦% ଓ ୬୦ରୁ ଅଧିକ ବୟସର ୭୨% ଲୋକ ପ୍ରତିବର୍ଷ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି। ରାଜ୍ୟରେ ପ୍ରତି ଏକ ଲକ୍ଷରେ ହାରାହାରି ୩୬୨୦ଜଣ ମହିଳା ଓ ୩୦୧୫ଜଣ ପୁରୁଷ ପ୍ରତିବର୍ଷ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି ବୋଲି ୭୫ତମ ରାଉଣ୍ଡ ଏନଏସଏସ ରିପୋର୍ଟରେ ଦର୍ଶାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story