ଆରୋଗ୍ୟ ହେଲେ ୮୭୮ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୮୭୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୮୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁରରୁ ୪୪, କୋରାପୁଟରୁ ୩୫, ବଲେଶ୍ୱରରୁ ୩୩, କନ୍ଧମାଳରୁ ୨୯, ଅନୁଗୋଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ […]

corona-3.1

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୮୭୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୮୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁରରୁ ୪୪, କୋରାପୁଟରୁ ୩୫, ବଲେଶ୍ୱରରୁ ୩୩, କନ୍ଧମାଳରୁ ୨୯, ଅନୁଗୋଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬, କଟକରୁ ୧୪, ସୁନ୍ଦରଗଡ଼ରୁ ୧୪, ଭଦ୍ରକରୁ ୧୩, ମାଲକାନଗିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୮, ବରଗଡ଼ରୁ ୭, ବୌଦ୍ଧରୁ ୭, ଢେଙ୍କାନାଳରୁ ୭, ଝାରସୁଗୁଡ଼ାରୁ ୫, ବଲାଙ୍ଗିରିରୁ ୪, ପୁରୀରୁ ୪, ନୂଆପଡ଼ାରୁ ୩, ରାୟଗଡ଼ାରୁ ୩, ମୟୂରଭଞ୍ଜରୁ ୨, ସମ୍ୱଲପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1288489515229655040?s=20

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ କରୋନାରେ ୨୯୧୭୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୦୪୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୩୬ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story