୮ବର୍ଷ ପୂରଣ କରିଥିବା ଠିକା ଗଣଶିକ୍ଷକଙ୍କୁ ନିୟମିତ କରାଯିବା ବିଜ୍ଞପ୍ତିକୁ ଗଣଶିକ୍ଷକ ମହାସଂଘର ବିରୋଧ

ଭୁବନେଶ୍ୱର: ୬ବର୍ଷ ପରିବର୍ତ୍ତେ ନିୟମିତ ୮ବର୍ଷ ପୂରଣ କରିଥିବା ଠିକା ଗଣଶିକ୍ଷକମାନଙ୍କୁ ନିୟମିତ କରାଯିବା ନେଇ  ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଏସ୍‌ସି ଏସଟି ଗଣଶିକ୍ଷକ ମହାସଂଘ ଆଜି ବିରୋଧ କରିଛି। ପୂର୍ବରୁ ୨୦୧୩ ମସିହା ଡିସେମ୍ବର ୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୬ ବର୍ଷ ଠିକା ଭାବେ କାମ କଲେ ନିୟମିତ କରାଯିବ ବୋଲି ନିର୍ଦ୍ଦେଶ ଥିଲା। ଏହା ନିର୍ଦ୍ଦେଶ ବଳରେ ୬୭ ଜଣ […]

teacher

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 08:12 PM IST

ଭୁବନେଶ୍ୱର: ୬ବର୍ଷ ପରିବର୍ତ୍ତେ ନିୟମିତ ୮ବର୍ଷ ପୂରଣ କରିଥିବା ଠିକା ଗଣଶିକ୍ଷକମାନଙ୍କୁ ନିୟମିତ କରାଯିବା ନେଇ  ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଏସ୍‌ସି ଏସଟି ଗଣଶିକ୍ଷକ ମହାସଂଘ ଆଜି ବିରୋଧ କରିଛି। ପୂର୍ବରୁ ୨୦୧୩ ମସିହା ଡିସେମ୍ବର ୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୬ ବର୍ଷ ଠିକା ଭାବେ କାମ କଲେ ନିୟମିତ କରାଯିବ ବୋଲି ନିର୍ଦ୍ଦେଶ ଥିଲା। ଏହା ନିର୍ଦ୍ଦେଶ ବଳରେ ୬୭ ଜଣ ଗଣଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମହାସଂଘ କହିଛି। ତେଣୁ ସରକାରଙ୍କ ଏହି ନୂଆ ବିଜ୍ଞପ୍ତି ଫଳରେ ସମସ୍ତ ଗଣ ଶିକ୍ଷକ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ ଅଭିଯୋଗ କରିଛି। ତେଣୁ ଏହି ନିର୍ଦ୍ଦେଶର ପ୍ରତ୍ୟାହାର ଦାବିରେ  ଆନ୍ଦୋଳନ  କରିବା ପାଇଁ  ଚେତାବନୀ ଦେବା ସହ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ବୋଲି ମହାସଂଘ କହିଛି।

Related story