ବାସନ ମାଜୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା କୁନି ଝିଅର ଜୀବନ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଘର ପାଖରେ ବାସନ ମାଜୁଥିବା ବେଳେ ହଠାତ୍‌ ଆକାଶରୁ ଖସିଲା ମୃତ୍ୟୁ। ଫଳରେ ଚାଲିଗଲା ନାବାଳିକାଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ସେପଟେ କାନ୍ଥ ପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ପରଜଙ୍ଗ ଥାନା ବସୋଇ ଗାଁର ସୁରେଶ ମହାଳିକଙ୍କ ୯ ବର୍ଷର ଝି ସ୍ମିତା ଆଜି ଦି’ପହରରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାରକୁ ଯାଉଥିଲେ। ଠିକ୍‌ ସେହି ସମୟରେ ବଜ୍ରପାତ […]

Lightning

Manoranjan Sial
  • Published: Monday, 13 September 2021
  • , Updated: 13 September 2021, 05:12 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଘର ପାଖରେ ବାସନ ମାଜୁଥିବା ବେଳେ ହଠାତ୍‌ ଆକାଶରୁ ଖସିଲା ମୃତ୍ୟୁ। ଫଳରେ ଚାଲିଗଲା ନାବାଳିକାଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ସେପଟେ କାନ୍ଥ ପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ପରଜଙ୍ଗ ଥାନା ବସୋଇ ଗାଁର ସୁରେଶ ମହାଳିକଙ୍କ ୯ ବର୍ଷର ଝି ସ୍ମିତା ଆଜି ଦି’ପହରରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାରକୁ ଯାଉଥିଲେ। ଠିକ୍‌ ସେହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ନେଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଠିକ୍‌ ସେମିତି ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ମୁକ୍ତାପଶି ଗାଁରେ ମାଟି କାନ୍ଥ ପଡି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହିଳା ଜଣକ ହେଲେ ନରେଶ ନାୟକଙ୍କ ସ୍ତ୍ରୀ ଚୁମି ନାୟକ। ସେ ଘରେ ରୋଷେଇ କରୁଥିବା ବେଳେ ମାଟି କାନ୍ଥଟି ଭୁଶୁଡି ପଡିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କାମାକ୍ଷାନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲେ।

ଲଘୁଚାପ ଜନିତ ଲଗାଣ ବର୍ଷାରେ କଙ୍କଡାହାଡ଼ ବ୍ଲକ ବିରାଶାଳ ଗାଁରେ ଏକ ବିଶାଳକାୟ କୃଷ୍ଣଚୂଡା ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିଛି। ଯାହା ଫଳରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଛି।ସେପଟେ ଝରିଆ ପାତ୍ରଙ୍କ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ବର୍ତ୍ତମାନ ଝରିଆ ପାତ୍ରଙ୍କ ପରିବାର ଲୋକେ ଗାଁ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସେପଟେ ନିଜ ଚାଷ ଜମିକୁ ଯାଉଥିବା ବେଳେ ନାଳରେ ଭାସିଗଲେ ଯୁବ ଚାଷୀ। ସେ ଧାନ ଫସଲ ସେଖିବା ପାଇଁ ନାଳ ପାର ହୋଇଯାଉଥିବା ବେଳେ ଘଟିଛି ଏପରି ଅଘଟଣ। ୬ ମାସ ତଳେ ତାଙ୍କର ବିବାହ ହୋଇଥିଲା।

 

Related story