ଶୌଚ ପାଇଁ ଆସୁଥିଲେ ନାବାଳିକା, ଟେକିନେଲା ଯୌନ ପିପାସୁ!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବୁଧବାର ରାତିରେ ଧରାପୃଷ୍ଠରୁ ମେଲାଣୀ ନେଉଥିଲେ ମା’ ଦୁର୍ଗା। ଆଉ ଠିକ୍‌ ସେତିକି ବେଳେ ଜଣେ ନାବାଳିକା ନିଜର ଇଜ୍ଜତ ବଞ୍ଚାଇବା ପାଇଁ ଜଣେ ଯୌନ ପିପାସୁ ପାଖରେ ଭିକ୍ଷା କରୁଥିଲା। ଗୁହାରି ମଧ୍ୟ କରୁଥିଲା। କିନ୍ତୁ ଝିଅଟିର ଆକୁଳ ନିବେଦନ ଶୁଣିନଥିଲା ଦୁଷ୍କର୍ମକାରୀ। ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଗତ ବୁଧବାର ଏପରି ଲୋମହର୍ଷଣକାରୀ ଘଟଣା ଗଞ୍ଜାମ ଜିଲ୍ଲା ଅଞ୍ଚଳରେ ଘଟିଛି। ପୁଲିସ ମାମଲା […]

rape

Manoranjan Sial
  • Published: Friday, 11 October 2019
  • , Updated: 11 October 2019, 05:10 PM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବୁଧବାର ରାତିରେ ଧରାପୃଷ୍ଠରୁ ମେଲାଣୀ ନେଉଥିଲେ ମା’ ଦୁର୍ଗା। ଆଉ ଠିକ୍‌ ସେତିକି ବେଳେ ଜଣେ ନାବାଳିକା ନିଜର ଇଜ୍ଜତ ବଞ୍ଚାଇବା ପାଇଁ ଜଣେ ଯୌନ ପିପାସୁ ପାଖରେ ଭିକ୍ଷା କରୁଥିଲା। ଗୁହାରି ମଧ୍ୟ କରୁଥିଲା। କିନ୍ତୁ ଝିଅଟିର ଆକୁଳ ନିବେଦନ ଶୁଣିନଥିଲା ଦୁଷ୍କର୍ମକାରୀ। ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଗତ ବୁଧବାର ଏପରି ଲୋମହର୍ଷଣକାରୀ ଘଟଣା ଗଞ୍ଜାମ ଜିଲ୍ଲା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ବୁଧବାର ରାତି ପ୍ରାୟ ୮ରୁ ୯ଟା ହେବ। କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ପରିଶ୍ରା କରିବା ପାଇଁ ଘରୁ ବାହାରକୁ ଆସିଥିଲେ। ଆଉ ଏହି ସମୟରେ ତିରିଡ଼ା ଗାଁର ସୁଶାନ୍ତ କୁମାର ସାହୁ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତାଙ୍କ ମାଆ ଗତକାଲି ବେଗୁନିଆପଡ଼ା ଫାଣ୍ଡିରେ ଳିଖିତ ଅଭିଯୋଗ କରିଥିଲେ।  ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛ।

Related story