ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡ଼େନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୯ ବର୍ଷର ଝିଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ। ବୈଷ୍ଣବୀ ତାଙ୍କ ମା’ ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି […]

girl

girl

Jitendra Garnayak
  • Published: Sunday, 07 June 2020
  • Updated: 07 June 2020, 12:37 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡ଼େନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୯ ବର୍ଷର ଝିଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ।

ବୈଷ୍ଣବୀ ତାଙ୍କ ମା’ ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ରୀତା ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ବୈଷ୍ଣବୀଙ୍କର ଜନ୍ମଦିନ ଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖଡ଼ିଆଳ ପୁଲିସ୍ ଟ୍ରକ୍‌ଟିକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos