ଓଡ଼ିଶାର ୯ହଜାର ଗାଁରେ ନାହିଁ ମୋବାଇଲ ନେଟୱାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି। ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ। ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ […]

mobil-tower

Manoranjan Sial
  • Published: Thursday, 04 February 2021
  • , Updated: 04 February 2021, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି। ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ।

ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ୱେୟାରଲେସ୍ ଥ୍ରୀ-ଜି ଓ ଫୋର-ଜି ସେବା ଉପଲବ୍ଧ ହେଉଛି। ତା’ଛଡ଼ା ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ପଂଚାୟତକୁ ସ୍ପିଡ୍ ଇଣ୍ଟରନେଟ୍ ସହଯୋଗ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ମିଶାଇ ମୋଟ ୭୦୭୦ଟି ପଂଚାୟତ ଥିବାବେଳେ ଏବେ ୫୩୯୬ଟି ପଂଚାୟତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ଅବା ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହୋଇପାରିଛି।

ସେହିପରି ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ୪୭୬୭୭ଟି ଜନବସତି ଗାଁ(୨୦୧୧ ଜନଗଣନା ଅନୁସାରେ) ଥିବାବେଳେ ସେଥିରୁ ୩୮,୭୩୦ଟି ଗାଁରେ ଏବେ ଉଭୟ ଥ୍ରୀ-ଜି ଅବା ଫୋର-ଜି ନେଟୱାର୍କ ସୁବିଧା ଉପଲବ୍ଧ ଅଛି। ବାକି ୮୯୪୭ଟି ଗାଁରେ ଏହି ମୋବାଇଲ ନେଟୱାର୍କ ସୁବିଧା ନାହିଁ।

କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ରାଜ୍ୟର ପ୍ରାୟ ୯ହଜାର ଗାଁ ଲୋକେ ନେଟୱାର୍କ ଅଭାବରୁ ମୋବାଇଲ୍ ଫୋନ୍ ଉପଯୋଗ ସୁବିଧାରୁ ବଂଚିତ ହେଉଥିବା ଜଣାପଡ଼ିଛି।

Related story