କୋଭିଡ୍‌ ରୋଗୀଙ୍କ ପାଇଁ ମହଜୁଦ ରହିଛି ୯୦୦୮ଟି ବେଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଉପରମୁହାଁ ଦେଖି ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି।ରାଜ୍ୟରେ ଏବେ କୋଭିଡ୍‌ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯୦୦୮ଟି ବେଡ୍‌ ରହିଛି। ସେହିପରି ଘରୋଇ ହସ୍ପିଟାଲରେ ୪,୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪,୩୬୮ଟି ବେଡ୍‌ ରହିଛି। ସେହି ତୁଳନାରେ ରାଜ୍ୟରେ ଏବେ କରୋନା ରୋଗୀ ୧୫୭୬ ଜଣ ଅଛନ୍ତି। ଘରୋଇ ହସ୍ପିଟାଲରେ ୭୫୩ ଜଣ ଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଅଛନ୍ତି। ରାଜ୍ୟର […]

covid-hospital

Manoranjan Sial
  • Published: Monday, 19 April 2021
  • , Updated: 19 April 2021, 04:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଉପରମୁହାଁ ଦେଖି ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି।ରାଜ୍ୟରେ ଏବେ କୋଭିଡ୍‌ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯୦୦୮ଟି ବେଡ୍‌ ରହିଛି। ସେହିପରି ଘରୋଇ ହସ୍ପିଟାଲରେ ୪,୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪,୩୬୮ଟି ବେଡ୍‌ ରହିଛି। ସେହି ତୁଳନାରେ ରାଜ୍ୟରେ ଏବେ କରୋନା ରୋଗୀ ୧୫୭୬ ଜଣ ଅଛନ୍ତି।

ଘରୋଇ ହସ୍ପିଟାଲରେ ୭୫୩ ଜଣ ଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଅଛନ୍ତି। ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ ରହିଥିବା ବେଳେ ଏଥିରେ ୩୨୦ ଜଣ ରୋଗୀ ଅଛନ୍ତି। ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ୧୦୪ ରୋଗୀ ଅଛନ୍ତି।

ରାଜ୍ୟରେ ସମୁଦାୟ ଆଇସିୟୁ ବେଡ୍‌ ସଂଖ୍ୟା ୨୦୧୮ ହୋଇଥିବା ବେଳେ ୪୨୪ ଜଣ ରୋଗୀ ଅଛନ୍ତି। ବର୍ତ୍ତମାନ ଯେତିକି ଆଇସିୟୁ ବେଡ୍‌ ରହିଛି, ତାହାର ମାତ୍ର ୨୧.୧ ପ୍ରତିଶତରେ ରୋଗୀ ରହିଛନ୍ତି। ଘରୋଇ ହସ୍ପିଟାଲରେ ୬୦୩ଟି ଭେଣ୍ଟିଲେଟର ଥିବାବେଳେ ରୋଗୀ ମାତ୍ର ୪୧ ଜଣ ଅଛନ୍ତି। ସେହିପରି ସରକାରୀ ହସ୍ପିଟାଲରେ ୧୭୯ଟି ଭେଣ୍ଟିଲେଟର ରହିଥିବା ବେଳେ ୧୮ ଜଣ ରୋଗୀ ଅଛନ୍ତି ଅର୍ଥାତ ସମୁଦାୟ ୭୮୨ ଭେଣ୍ଟିଲେଟରରୁ ମାତ୍ର ୫୯ରେ ରୋଗୀ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଆଜି ରାଜ୍ୟରେ ୪,୪୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୫୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧,୮୭୧ଟି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧ ଓ ପୁରୀରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଆଜି କରୋନା ୪ ଜଣ ଲୋକଙ୍କ ଜୀବନ ନେଇଛି।

ଆଜି ସମଗ୍ର ଦେଶରେ ୨,୭୩, ୮୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ୪ର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କେବଳ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ମଧ୍ୟ ଉପର ମୁହାଁ ହୋଇଛି। ଗୋଟିଏ ଦିନରେ କରୋନା ୧୬୧୯ ଜଣଙ୍କ ମୁଣ୍ଡ ନେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।

Related story