ସୁସ୍ଥ ହେଲେ ୯୫ ‘କରୋନା’ ଯୋଦ୍ଧା ପୁଲିସ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ହେଲେ ୯୫ ‘କରୋନା’ ଯୋଦ୍ଧା ପୁଲିସ କର୍ମଚାରୀ। ‘କରୋନା’ରୁ ସୁସ୍ଥ ହେବା ପରେ ସେମାନେ ଡ୍ୟୁଟିରେ ଯୋଗଇଛନ୍ତି। ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଲେ ପୁଲିସ ଡିଜି ଅଭୟ। ସେମାନେ ସଂକ୍ରମିତ ହୋଇଥିଲେ ମଧ୍ୟ ‘କରୋନା’କୁ ହରାଇଛନ୍ତି। ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି ଡିଜିପି କହିଛନ୍ତି। 95 Odisha Police Personnel have rededicated themselves to frontline enforcement duty after recovering from […]

odisha-dgp

Manoranjan Sial
  • Published: Monday, 20 July 2020
  • , Updated: 20 July 2020, 05:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ହେଲେ ୯୫ ‘କରୋନା’ ଯୋଦ୍ଧା ପୁଲିସ କର୍ମଚାରୀ। ‘କରୋନା’ରୁ ସୁସ୍ଥ ହେବା ପରେ ସେମାନେ ଡ୍ୟୁଟିରେ ଯୋଗଇଛନ୍ତି। ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଲେ ପୁଲିସ ଡିଜି ଅଭୟ। ସେମାନେ ସଂକ୍ରମିତ ହୋଇଥିଲେ ମଧ୍ୟ ‘କରୋନା’କୁ ହରାଇଛନ୍ତି। ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି ଡିଜିପି କହିଛନ୍ତି।

https://twitter.com/DGPOdisha/status/1285104949622235137?s=20

ଜୁଲାଇରେ ବଢ଼ିଚାଲିଛି ମହାମାରୀ ‘କରୋନା’ର ଯନ୍ତ୍ରଣା। ଡେଞ୍ଜର ଜୁଲାଇରେ ଆଜି ସୁଦ୍ଧା ଅର୍ଥାତ ଗତ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। କେବଳ ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍‌ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ। କେବଳ ସେତିକି ନୁହଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୯୭ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଜୁଲାଇ ମାସରେ ଗଲାଣି ୭୨ ଜୀବନ। ମାସ ସରିବାକୁ ଆହୁରି ୧୦ ଦିନ ବାକି ରହିଛି। ତେଣୁ ଏଭଳି ଯଦି ସଂକ୍ରମଣ ଓ ମୃତ୍ୟୁ ହାର ଜାରି ରହେ, ତେବେ ସ୍ଥିତି ସଂଗୀନ ହୋଇପାରେ।

କେବଳ ଜୁଲାଇରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ସେହିପରି ଆଉ ୫୦ ଜଣଙ୍କ ମୃତ୍ୟୁକୁ ନେଇ ସେ ଆଶଙ୍କା କରିଛନ୍ତି। ତେବେ ଟେଷ୍ଟିଂ ଅଧିକ ସଂଖ୍ୟାରେ ହେଉଥିବାରୁ ରୋଗୀ ସଂଖ୍ୟା ବଢ଼ୁଛି। ଏଥିରେ ବିଚଳିତ ହେବାର କାରଣ ନାହିଁ। କାରଣ ସୁସ୍ଥ ହେବା ଲାଗି ଏବେ ଅନ୍ୟ ବିକଳ୍ପ ଭାବେ ପ୍ଲାଜମା ଥେରାପି ପ୍ରୟୋଗ ହେଉଥିବାରୁ ଏହା ଆଶ୍ୱସ୍ତିକର ବିଷୟ ବୋଲି କହିଛନ୍ତି ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା।

Related story