୧୦ ହଜାରରେ ଲାଗିଲା ବ୍ରେକ୍‌, ରାଜ୍ୟରେ ଦୈନିକ ସଂକ୍ରମଣ ୯ ହଜାରକୁ ଖସିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାତାର ୫ ଦିନ ଧରି ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଥିବା ବେଳେ ଶେଷରେ ଏଥିରେ ବ୍ରେକ୍ ଲାଗିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ୯୭୯୩ ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୨୫୯ଟି ହେଉଛି ଲୋକାଲ୍ କେସ୍‌। ଆକ୍ରାନ୍ତଙ୍କ […]

corona

Jitendra Garnayak
  • Published: Tuesday, 11 May 2021
  • , Updated: 11 May 2021, 08:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାତାର ୫ ଦିନ ଧରି ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଥିବା ବେଳେ ଶେଷରେ ଏଥିରେ ବ୍ରେକ୍ ଲାଗିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

୯୭୯୩ ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୨୫୯ଟି ହେଉଛି ଲୋକାଲ୍ କେସ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ ଜଣ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧୮ ଜଣ ଅଛନ୍ତି।

କଟକ ଜିଲ୍ଲାରୁ ୬୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୁବର୍ଣ୍ଣପୁରରୁ ୧୪୦, ଦେବଗଡ଼ରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୧, ମାଲକାନଗିରିରୁ ୬୩ ଓ ଭଦ୍ରକ ଜିଲ୍ଲାରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୮୦ ଜଣ ଚିହ୍ନଟ ହୋଇଛନ୍ତି।

୯୭୯୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୫୭ ହଜାର ୫୬୯ ଜଣ ସୁସ୍ଥ ହୋଇସାରିଲେଣି। ୯୪ ହଜାର ୮୨୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।  ଅନ୍ୟପକ୍ଷରେ ଆଉ ୧୮ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମେ’ ୪ ତାରିଖରେ ୧୦ ହଜାରୁ କମ୍ (୯୮୮୯) ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତା’ପରେ ମେ’ ୫ ତାରିଖରେ ୧୦,୫୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୬ ତାରିଖରେ ୧୨,୨୩୮, ୭ରେ ୧୧,୮୦୭, ୮ରେ ୧୦,୬୩୫ ଓ ୯ ତାରିଖରେ ୧୦,୦୩୧ ଜଣ କରୋନା ଚିହ୍ନଟ ହୋଇଥିଲେ।

Related story