ବିଜୁଙ୍କ ଜୀବନୀ ଉପରେ ରଙ୍ଗୀନ ଚିତ୍ରକଥା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ତାଙ୍କ ସାହାସିକତାକୁ ନେଇ ଏକ ରଙ୍ଗୀନ ଚିତ୍ରକଥା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ରାଜନେତା, ବୁଦ୍ଧିଜୀବୀ ଓ ବିଜୁପ୍ରେମୀମାନେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶୋଭା ଶଙ୍କରଙ୍କ ଦ୍ୱାରା ପ୍ରସ୍ତୁତ ଓ ଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ରଙ୍ଗୀନ ଚିତ୍ରକଥା ପିଲାଙ୍କ ପାଇଁ ବେଶ୍ ଶିକ୍ଷଣୀୟ […]

biju

biju

Manoranjan Sial
  • Published: Friday, 06 March 2020
  • Updated: 06 March 2020, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ତାଙ୍କ ସାହାସିକତାକୁ ନେଇ ଏକ ରଙ୍ଗୀନ ଚିତ୍ରକଥା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ରାଜନେତା, ବୁଦ୍ଧିଜୀବୀ ଓ ବିଜୁପ୍ରେମୀମାନେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶୋଭା ଶଙ୍କରଙ୍କ ଦ୍ୱାରା ପ୍ରସ୍ତୁତ ଓ ଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ରଙ୍ଗୀନ ଚିତ୍ରକଥା ପିଲାଙ୍କ ପାଇଁ ବେଶ୍ ଶିକ୍ଷଣୀୟ ହେବ ବୋଲି ଉପସ୍ଥିତ ବ୍ୟକ୍ତାମାନେ ମତ ବ୍ୟକ୍ତ କରିଥିଲେ।

ଫାଉଣ୍ଡେସନର ଅଧ୍ୟକ୍ଷ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜୁବାବୁଙ୍କ ସହିତ ସେମାନଙ୍କର ସମ୍ପର୍କ ଓ ସେମାନେ ବିଜୁବାବୁଙ୍କୁ କିଭଳି ଜାଣନ୍ତି ତାହା ଉପସ୍ଥାପନ କରିଥିଲେ। ବିଜୁବାବୁଙ୍କ ଦେଶପ୍ରେମ, ସାହାସିକତା, ଉଦାରତା, ସ୍ପଷ୍ଟବାଦୀ ଆଚରଣ ଓ ଉଚ୍ଚ ଆଦର୍ଶର ଗୁଣଗାନ କରି ଉପସ୍ଥିତ ସ୍କୁଲ ପିଲାମାନଙ୍କୁ ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ବିଜେଡି ବିଧାୟକ ତଥା ଫାେଉଣ୍ଡସନର ସଦସ୍ୟ ଅତନୁ ସବ୍ୟସାଚୀ ନାୟକ ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ରଖିବାପରେ ବିଜେପି ନେତା ଶ୍ରୀ ସିଂହଦେଓ କହିଥିଲେ ଯେ, ପ୍ରାରମ୍ଭିକ ଜୀବନରେ ସେ ବିଜୁବାବୁଙ୍କୁ ନାପସନ୍ଦ କରୁଥିଲେ। କାରଣ ତାଙ୍କ ଜେଜେଙ୍କ ସମସାମୟିକ ବିଜୁବାବୁ ଥିଲେ ଓ ତାଙ୍କ ଜେଜେଙ୍କ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ। ତେଣୁ ସେହି କାରଣରୁ ସେ ବିଜୁବାବୁଙ୍କୁ ପିଲାବେଳୁ ପସନ୍ଦ କରୁନଥିଲେ। ମାତ୍ର ରାଜନୀତିକ ଜୀବନର ଆରମ୍ଭରେ ହିଁ ବିଜୁବାବୁଙ୍କ ଯୋଗୁ ସେ ଓଡ଼ିଶାରେ ପରିଚିତ ହୋଇଥିଲେ ତଥା ଜାତୀୟସ୍ତରରେ ଲୋକେ ତାଙ୍କ ନାଁ ଜାଣିବାର ସୁଯୋଗ ପାଇଥିଲେ। ବିଜୁବାବୁ କିଭଳି ତାଙ୍କୁ ସକାଳେ ନବୀନ ନିବାସରେ ଜଳଖିଆ ଖାଇବାକୁ ଡାକି ୨୧ଦିନ ଜେଲ ପଠାଇଥିଲେ ଓ ତାଙ୍କ ଯୋଗୁ ସେ ରାଜନୀତିରେ କିଭଳି ଯଶଖ୍ୟାତି ପାଇଥିଲେ ତାହା ବର୍ଣ୍ଣନା କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ, ବିଜୁବାବୁ ପ୍ରକୃତରେ ଜଣେ ଡେମୋକ୍ରାଟ୍ ଥିଲେ। ତେବେ ଜଣେ ଡେମୋକ୍ରାଟ୍ କେବେ ଜଣେ ଡେୟାରଡେଭିଲ୍ ହୋଇପାରେ ନାହିଁ। ମାତ୍ର ବିଜୁବାବୁ ଏହାର ବ୍ୟତିକ୍ରମ ଥିଲେ। ତାଙ୍କ ଭଳି ବ୍ୟକ୍ତିତ୍ୱ ବର୍ତ୍ତମାନ ରାଜନୀତିରେ ବିରଳ। ବିଜୁବାବୁ ବିରୋଧୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତି ଓ ତାଙ୍କ ଭଳି ଉଦାର ଓ ସହିଷ୍ଣୁ ଲୋକେ ରାଜନୀତିରେ କ୍ୱଚିତ୍ ଦେଖିବାକୁ ମିଳନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପିତା ବିଜୁବାବୁଙ୍କ ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରିଥିଲେ। ରାଜ୍ୟର ବିକାଶ ତାଙ୍କର ପ୍ରଥମ ଏଜେଣ୍ଡା ଥିଲା। ଦ୍ରୁତ ଗତିରେ କାମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସେ ସବୁବେଳେ ଚାହୁଁଥିଲେ। ଓଡ଼ିଶାକୁ ଯଥାଶୀଘ୍ର ଶୀର୍ଷରେ ପହଂଚାଇବାକୁ ସେ ଅନବରତ ଉଦ୍ୟମ କରିଥିଲେ। ଏହି ଡେୟାରଡେଭିଲ ଡେମୋକ୍ରାଟ୍ ପୁସ୍ତକଟି ଶିଶୁମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟକ ହେବା ସହ ବିଜୁବାବୁଙ୍କ ସାହାସିକତାର କାହାଣୀ ସେମାନଙ୍କୁ ମାତୃଭୂମିର ସେବା କରିବାକୁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବାବେଳେ ବିଜୁବାବୁଙ୍କ ସମ୍ପର୍କରେ ନିଜର ମତ ମଧ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ, ପୁରୁଖା ନେତା ପ୍ରଫୁଲ୍ଲ ଘଡ଼େଇ, ବିଜୟଶ୍ରୀ ରାଉତରାୟଙ୍କ ସମେତ ବହୁ ବରିଷ୍ଠ ନେତା,ମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story