ଭୁଶୁଡ଼ିଲା ପରିତ୍ୟକ୍ତ କୋଠା, ନାବାଳକ ମୃତ

ଜୟପୁର( ଟି  ଗୌରିଶଙ୍କର): କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଜଣେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ମୃତକର ନାଁ ରସେଲ୍‌ ଖରା। ଉକ୍ତ କୋଠା ତଳେ ଗୋଟିଏ ପରିବାରର ୪ ଜଣ  ଛିଡ଼ା ହୋଇଥିବା ବେଳେ ଅଚାନକ୍‌ ତାହା  ଭୁଶୁଡ଼ି ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ […]

jypur-2-1

Niharika Rout
  • Published: Saturday, 23 November 2019
  • , Updated: 23 November 2019, 10:00 AM IST

ଜୟପୁର( ଟି  ଗୌରିଶଙ୍କର): କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଜଣେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ମୃତକର ନାଁ ରସେଲ୍‌ ଖରା।

ଉକ୍ତ କୋଠା ତଳେ ଗୋଟିଏ ପରିବାରର ୪ ଜଣ  ଛିଡ଼ା ହୋଇଥିବା ବେଳେ ଅଚାନକ୍‌ ତାହା  ଭୁଶୁଡ଼ି ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ରସେଲ୍‌ଙ୍କ ମା’ ମହିଳା ସୂର୍ଯ୍ୟ ମଣି, ଭଉଣୀ ରଶ୍ମି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଦୀର୍ଘ ସମୟ ଧରି ରସେଲ୍‌ର ପତ୍ତା ମିଳି ନ ଥିଲା। ପରିଶେଷରେ ଭଗ୍ନାବଶେଷ  ତଳୁ  ରାତି ପ୍ରାୟ ୧ଟା ୨୦ରେ ରସେଲ୍‌କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ  ମୃତ ଘୋଷଣା କରିଥିଲେ।

Related story