ଆଇଏଏସ୍ ହେମନ୍ତ ଶର୍ମାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ରାଜ୍ୟ ଔଷଧ ନିଗମରେ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ ଅଭିଯୋଗରେ ଆଇଏଏସ୍ ହେମନ୍ତ ଶର୍ମାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର ଦାଖଲ ହୋଇଛି। ସାମାଜିକ କର୍ମୀ ସୁଧୀର ମହାନ୍ତି, ସଂଯୁକ୍ତା ପାଣୀଗ୍ରାହୀ, ଶ୍ରୀକାନ୍ତ ପାକଳ, ରୁଲତା ମହାପାତ୍ର, ଜିତେନ୍ଦ୍ର ସାହୁ, ପ୍ରଶାନ୍ତ ରାଉତରାୟ ଓ ପ୍ରତାପ ସାହୁ ପ୍ରମୁଖ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରି କହିଛନ୍ତି ଯେ, ଗତ କିଛିଦିନ ଧରି ବିଭିନ୍ନ ମିଡିଆରେ ରାଜ୍ୟ ଔଷଧ ନିଗମରେ ମାସ୍କ କିଣାରେ […]

fir

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ରାଜ୍ୟ ଔଷଧ ନିଗମରେ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ ଅଭିଯୋଗରେ ଆଇଏଏସ୍ ହେମନ୍ତ ଶର୍ମାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର ଦାଖଲ ହୋଇଛି।

ସାମାଜିକ କର୍ମୀ ସୁଧୀର ମହାନ୍ତି, ସଂଯୁକ୍ତା ପାଣୀଗ୍ରାହୀ, ଶ୍ରୀକାନ୍ତ ପାକଳ, ରୁଲତା ମହାପାତ୍ର, ଜିତେନ୍ଦ୍ର ସାହୁ, ପ୍ରଶାନ୍ତ ରାଉତରାୟ ଓ ପ୍ରତାପ ସାହୁ ପ୍ରମୁଖ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରି କହିଛନ୍ତି ଯେ, ଗତ କିଛିଦିନ ଧରି ବିଭିନ୍ନ ମିଡିଆରେ ରାଜ୍ୟ ଔଷଧ ନିଗମରେ ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପ୍ରକାଶ ପାଇଛି। ଏ ସଂକ୍ରାନ୍ତ ଅନେକ ଦସ୍ତାବିଜ ମଧ୍ୟ ରହିଛି ଯେଉଁଥିରୁ ଜଣାପଡ଼ୁଛି ଯେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଆଇଏଏସ୍ ହେମନ୍ତ ଶର୍ମା କ୍ରୟ କମିଟି ମୁଖ୍ୟ ଭାବେ ରାଜକୋଷକୁ ବ୍ୟାପକ ହରିଲୁଟ୍ କରିଛନ୍ତି। ମାସ୍କ, ପିପିଇ କିଟ୍‌, ଭେଣ୍ଟିଲେଟର, ହ୍ୟାଣ୍ଡ ସାନିଟାଇଜର ଆଦି କ୍ରୟରେ ସମସ୍ତ ସରକାରୀ ନୀତିନିୟମକୁ ଅଣଦେଖା କରି ରାଜ୍ୟ ବାହାରର କମ୍ପାନୀଗୁଡ଼ିକୁ ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ମାସ୍କ କିଣା ଦରରେ ବ୍ୟାପକ ଅନିୟମିତତା ହିଁ ଏସବୁ କିଣାରେ ଦୁର୍ନୀତି ଓ ଲୁଟ୍‌ର ଷଡ଼ଯନ୍ତ୍ରକୁ ସୂଚାଉଛି। କେବଳ ସେତିକି ନୁହେଁ ୩ଥର ଟେଣ୍ଡର ଡାକି ତାକୁ ଖାରଜ କରାଯାଇଥିବା ପ୍ରମାଣ ରହିଛି। ଏସବୁ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲେ ମଧ୍ୟ ସମସ୍ତ କିଣାବିକାର କାର୍ପେଟଦାର ହେମନ୍ତ ଶର୍ମା ସାଜିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓ ଫାଇଭ-ଟି ସଚିବ କିଭଳି ହେମନ୍ତ ଶର୍ମାଙ୍କ ଭଳି ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କୁ ସାମଗ୍ରୀ କିଣା ଦାୟିତ୍ୱରେ ରଖିଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଅଫିସର ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ତେଣୁ ଶ୍ରୀ ଶର୍ମା , ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓ ଫାଇଭ-ଟି ସଚିବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ବିରୁଦ୍ଧରେ ସରକାରୀ ଅର୍ଥ ତୋଷାରପାତ, ଅପରାଧିକ ଷଡ଼ଯନ୍ତ୍ର, ଠକାମୀ ଓ ଜରୁରୀକାଳୀନ ସାମ୍ରଗୀର ଜାଲିଆତି ଆଦି ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରୁଥିବା ଏଫଆଇଆରରେ ଉଲ୍ଲେଖ ରହିଛି।

Related story